QNETIC – Mobile

ବୌଦ୍ଧ ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ

ବୌଦ୍ଧ: ବୌଦ୍ଧ ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲା ତାଲିମ କେନ୍ଦ୍ର ଠାରେ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ପାଳିତ ହୋଇଛି। ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ବି କେ ଆର ସି ହେମ୍ରମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଉମେଶ ପାଣିଗ୍ରାହୀ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରେଷ୍ଠ ରକ୍ତଦାତା ଭାବେ ବରିଷ୍ଠ ସାମ୍ବାଦିକ ସମ୍ପଦ ଅଗ୍ରୱାଲଙ୍କ ସହିତ ବିଭିନ୍ନ ସଂଗଠର କାର୍ଯ୍ୟକର୍ତ୍ତାଙ୍କୁ ଉପାଢ଼ୌକନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଜିଲ୍ଲାରେ ଆବଶ୍ୟକ ହେଉଥିବା ରକ୍ତ କିଭଳି ଭାବରେ ପୂରଣ କରାଯାଇପାରିବ ସେ ନେଇ ବକ୍ତାମାନେ ଯୋଜନା ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ରକ୍ତଦାତା ପ୍ରବର୍ତ୍ତକ ସଂଘର ସଭାପତି ପ୍ରବୀର ଦାସ, ସମ୍ପାଦକ ଦେବାଶିଷ ପୁରୋହିତ, ଜିଲ୍ଲାରେ ସର୍ବାଧିକ ରକ୍ତଦାନ କରିଥିବା ସମାଜସେବୀ ଜୟନାରାୟଣ ମହାନ୍ତି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Comments are closed.