www.samajalive.in
Sunday, December 7, 2025
13.1 C
Bhubaneswar

ମାନସିକ ଅସୁସ୍ଥଙ୍କ ପାଇଁ ମନୋ-ସାମାଜିକ ଥଇଥାନ ପ୍ରଶିକ୍ଷଣ ଶିବିର

ଫୁଲବାଣୀ: ବର୍ତମାନ ସମାଜରେ ବିଭିନ୍ନ ମାନସିକ ଚାପ ଯୋଗୁଁ ମାନସିକ ଅସୁସ୍ଥ ବ୍ୟକ୍ତି ମାନଙ୍କର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି କରୋନା ପରବର୍ତୀ ସମୟରେ ଜୀବନଜୀବିକା ଓ ରୋଜଗାର ସମସ୍ୟାକୁ ନେଇ ଏହା ଗ୍ରାମୀଣ ଅଞ୍ଚଳରେ ଅଧିକ ଦେଖାଯାଇଛି। ଏହାକୁ ଦୃଷ୍ଟିରେ ରଖି ସ୍ୱାତୀ ଅନୁଷ୍ଠାନ ତରଫରୁ ବାଙ୍ଗାଲୋର୍ ସ୍ଥିତ ବେସିକ୍ ନିଡ୍‌ସ ଇଣ୍ଡିଆ ସଂସ୍ଥାର ସହଯୋଗରେ ଫୁଲବାଣୀ ଓ ଫିରିଙ୍ଗିଆ ବ୍ଲକ୍ ଅଧିନସ୍ଥ ଗାଁ ଗୁଡିକରେ ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଚାଲୁ ରହିଛି।

ମାନସିକ ଅସୁସ୍ଥ ବ୍ୟକ୍ତି ମାନଙ୍କ ପାଇଁ ଜିଲ୍ଲା ସ୍ତରରେ ଚିକିତ୍ସା ସୁବିଧା ଉପଲବ୍ଧ ଥିଲେ ମଧ୍ୟ ସଚେତନତାର ଅଭାବ ଓ ପାରମ୍ପରିକ ଅନ୍ଧବିଶ୍ୱାସର ବଶବର୍ତୀ ହୋଇ ଲୋକମାନେ ସେମାନଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରୁଛନ୍ତି। ସେହିପରି ମାନସିକ ଅସୁସ୍ଥ ବ୍ୟକ୍ତି ଜଣକ ସୁସ୍ଥ ହୋଇଥିଲେ ମଧ୍ୟ ଗୋଷ୍ଠୀ ଓ ପରିବାରରେ ସାଧାରଣ ଭାବେ ମିଶିବା ପାଇଁ ଅନେକ ସାମାଜିକ ସହଯୋଗର ଆବଶ୍ୟକତା ମଧ୍ୟ ରହିଛି। ତେଣୁ ମାନସିକ ବ୍ୟକ୍ତି ମାନଙ୍କୁ ଉପଯୁକ୍ତ ସରକାରୀ ଚିକିତ୍ସା ସୁବିଧା ଯୋଗାଇ ଦେବାରେ ପରିବାର ବର୍ଗ କିପରି ବିଶେଷ ଯତ୍ନବାନ ହେବେ ଏବଂ ପଡୋଶୀ ଲୋକମାନେ ସେମାନଙ୍କ ସୁସ୍ଥତା ପାଇଁ କିପରି ସମ୍ବେଦନଶୀଳ ରହିବେ ସେଥିପାଇଁ ଏହି ମିଳିତ ଅନୁଷ୍ଠାନ ପରିବାର ଓ ଗୋଷ୍ଠୀକୁ ସଚେତନ ଓ ପରାମର୍ଶ ଦେଇ ଆସୁଛି।

- Advertisement -

ମାନସିକ ଅସୁସ୍ଥତାର ଉପଚାରରେ ଡାକ୍ତରୀ ଚିକିତ୍ସାର ଯେତିକି ଭୂମିକା ରହିଛି ପରିବାର ଓ ପଡୋଶୀଙ୍କ ଯତ୍ନର ମଧ୍ୟ ସେତିକି ଆବଶ୍ୟକତା ରହିଛି । ତେବେ ଅଧିକାଂଶ ସମୟରେ ଲୋକମାନେ ପରିବାର ଓ ଗୋଷ୍ଠୀଗତ ଦାୟିତ୍ୱକୁ ଅବହେଳା କରୁଛନ୍ତି। ଯାହା ଫଳରେ ଅସୁସ୍ଥ ବ୍ୟକ୍ତି ଜଣକ ସୁସ୍ଥତା ଅନୁଭବ କରୁଥିଲେ ମଧ୍ୟ ସାଧାରଣ ଜୀବନଯାପନ ପାଇଁ ସହଜ ହୋଇ ପାରୁ ନାହିଁ । ତେଣୁ ପରିବାର ଓ ଗୋଷ୍ଠୀ ଲୋକମାନଙ୍କ ତା ପ୍ରତି ମନୋଭାବକୁ ପରିବର୍ତନ କରିବା, ଆତ୍ମିୟ ବର୍ଗ, ସାଙ୍ଗସାଥି ମାନଙ୍କ ମଧ୍ୟରେ ଏକ ମନୋ-ସାମାଜିକ ପରିବେଶ ସୃଷ୍ଟି କରିବା ନିମନ୍ତେ ମାନସିକ ସୁସ୍ଥତା ଲାଭ କରୁଥିବା ବ୍ୟକ୍ତି, ତାଙ୍କର ଅଭିଭାବକ, ସ୍ଥାନୀୟ ସରକାରୀ ଚିକିତ୍ସା ବିଭାଗ, ମାନସିକ ଚିକିତ୍ସକ, ସ୍ୱାତୀର କର୍ମୀ, ଗ୍ରାମ୍ୟ ସହାୟକଙ୍କୁ ନେଇ ପାଞ୍ଚ ଦିନିଆ ଶିବିର ମାନ ଆୟୋଜନ କରାଯାଉଛି। ଏହି ଶିବିରରେ ମାନସିକ ବ୍ୟକ୍ତି ମାନଙ୍କୁ ଗୋଷ୍ଠୀରେ ସହଜ ଭାବେ ଅନ୍ତର୍ଭୁକ୍ତ ହେବାର କୈାଶଳ, ବିଭିନ୍ନ ଖେଳ, ଗୀତ, ଗପ, ଜୀବନ କୈାଶଳ ଶିକ୍ଷା ଆଦି ମାଧ୍ୟମରେ ଏକ ସହଜ ପରିବେଶ ସୃଷ୍ଟି ପାଇଁ ପ୍ରଶିକ୍ଷଣ ଦିଆଯାଉଛି । ଏଠାରେ ମାନସିକ ଅସୁସ୍ଥା ବ୍ୟକ୍ତି ମାନଙ୍କ ସହ ପରିବାର ବର୍ଗ ଏବଂ ଅନ୍ୟମାନେ ପାଞ୍ଚ ଦିନ ପର୍ଯ୍ୟନ୍ତ ରହି ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେବାସହ ମିଳିତ ଭାବରେ କାର୍ଯ୍ୟ କରିବାର ଅଭିଜ୍ଞତା ହାସଲ କରୁଛନ୍ତି ଯାହାକି ଗ୍ରାମସ୍ତରରେ ସେମାନେ କାର୍ଯ୍ୟକାରୀ କରିପାରିବେ। ସେପ୍ଟେମ୍ବର ୨୭ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାନସିକ ଚିକିତ୍ସକ ସରୋଜ କୁମାର ପୁରୋହିତ ଉଦ୍‌ଘାଟନ କରି ମାନସିକ ଚିକିତ୍ସାରେ ପରିବାର ଓ ଗୋଷ୍ଠୀର ମହତ୍ୱପୂର୍ଣ୍ଣ ଭୂମିକା ବିଷୟରେ ଆଲୋଚନା କରିଥିଲେ। ଦେଶର ବିଶିଷ୍ଟ ମନୋଚିକିତ୍ସକ ଓ ପ୍ରଶିକ୍ଷକ ରାଜାରାମ ସୁବିଆନ୍ ଏହାକୁ ପରିଚାଳନା କରିବା ସହିତ ସହାୟିକା ଭାବେ କ୍ରିଷ୍ଟନା ଓ ମନସା ତାଙ୍କୁ ସହାୟତା କରୁଛନ୍ତି। ସ୍ୱାତୀ ଅନୁଷ୍ଠାନ ତରଫରୁ କାର୍ଯ୍ୟକ୍ରମ ସଂଯୋଜକ ବୈକୁଣ୍ଠ ଚନ୍ଦ୍ର ଦାସ ଓ ଆଲୋକ ସାମନ୍ତରାୟ ଏହି ଶିବିର ପରିଚାଳନାରେ ସହାୟତା କରୁଥିବା ବେଳେ ଶିବିରରେ ୧୫ ଜଣ ମାନସିକ ଅସୁସ୍ଥ ବ୍ୟକ୍ତି, ସେମାନଙ୍କ ଯତ୍ନକାରୀ ଅଭିଭାବକ ଏବଂ ସ୍ୱାତୀର ଗୋଷ୍ଠୀ ସହାୟକ ମାନଙ୍କୁ ମିଶାଇ ୬୦ଜଣରୁ ଅଧିକ ବ୍ୟକ୍ତି ଏହି ପାଞ୍ଚ ଦିନିଆ ଶିବିରରେ ଭାଗ ନେଇଛନ୍ତି। ଆସନ୍ତା ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଏହି ଶିବିର ଚାଲିବ ବୋଲି ସ୍ଵାତି ଅନୁଷ୍ଠାନ ତରଫରୁ ସୂଚନା ମିଳିଛି। ମାନସିକ ଅସୁସ୍ଥ ବ୍ୟକ୍ତି ମାନଙ୍କ ସାମାଜିକ ଅନ୍ତର୍ଭୁକ୍ତିକରଣ ପାଇଁ ନୀୟମିତ ଭାବେ ଏହିପରି ଶିବିରମାନ ଆୟୋଜନ କରାଯିବ ବୋଲି ସ୍ୱାତୀର ପ୍ରଦୀପ ସ୍ୱାଇଁ କହିଛନ୍ତି। ଏହି କାର୍ଯ୍ୟକ୍ରମକୁ ଆଗକୁ ନେବା ପାଇଁ ଜିଲ୍ଲା ମୂଖ୍ୟ ଚିକିତ୍ସା ବିଭାଗ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି। ସେହିପରି କାର୍ଯ୍ୟକ୍ରମକୁ ଲୋକ ମାନଙ୍କ ସ୍ତରରେ ପ୍ରଚାର ଓ ପ୍ରସାର କରି ଜନ ସଚେତନତା ବଢାଇବାରେ ସହଯୋଗ ଯୋଗାଇ ଦେବେ ବୋଲି ଶିବିରରେ ଯୋଗ ଦେଇଥିବା ଗଣମାଧ୍ୟମ ପ୍ରତିନିଧିମାନେ ଜଣାଇଛନ୍ତି। ଜିଲ୍ଲାରୁ ମାନସିକ ଅସୁସ୍ଥତା ଦୂର କରି ସେମାନଙ୍କୁ ସାମାଜିକ ଅନ୍ତର୍ଭୁକ୍ତି ଓ ଉପଯୁକ୍ତ ଥଇଥାନ ପାଇଁ ସ୍ୱାତୀର ସଂପାଦକ ଇଂ. ହରିଶଙ୍କର ରାଉତ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି। ଅନ୍ୟ ପଟେ ମାନସିକ ଅନଗ୍ରସର ବ୍ୟକ୍ତିଙ୍କ ପାଇଁ ବିଭିନ୍ନ ସମୟରେ ମେଡିକାଲ ଯିବାରେ ସମସ୍ୟା ଉପୁଜୁ ଥିବା ବେଳେ ଆମ୍ବୁଲାନ୍ସ ବ୍ୟବସ୍ଥା ହୋଇ ପାରୁନଥିବାରୁ ଉପାନ୍ତ ଅଞ୍ଚଳ ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା ଯୋଗାଇ ଦେବାକୁ ଦାବୀ ହେଉଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories