www.samajalive.in
Monday, December 8, 2025
14.1 C
Bhubaneswar

ସହଭାଗୀ ରୂପେ ପିତାମାତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଲାଞ୍ଜିଗଡ: ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହିତ ମାତାପିତାଙ୍କୁ ଗୋଟିଏ ଡୋରୀରେ ବାନ୍ଧି ରଖିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ସହଭାଗୀ ରୂପେ ପିତାମାତା ଭଳି ମହତ୍ କାର୍ଯ୍ୟକ୍ରମ। ଏଇ କାର୍ଯ୍ୟକ୍ରମ ଉପରୋକ୍ତ ତିନୋଟି ବର୍ଗଙ୍କୁ ଯୋଡି ବିଦ୍ୟାଳୟରେ ଏକ ଶୈକ୍ଷିକ ବାତାବରଣ ତିଆରି କରିବା ଦିଗରେ ସଫଳତା ହାସଲ କରିପାରିଛି ବୋଲି ଆଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବାତେଲିମା ପଞ୍ଚାୟତ ବାଣିପଙ୍ଗା ଏଜୁକେସନ କମ୍ପେ୍ଲକ୍ସ ପରିସରରେ ଆୟୋଜିତ ଅଭିଭାବକ-ଶିକ୍ଷକ ସମ୍ମିଳନୀ ତଥା ସହଭାଗୀ ରୂପେ ପିତାମାତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶିବାଜୀ ମାଝୀ ଏହା କହିଛନ୍ତି। ବାଣିପଙ୍ଗାଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସ୍କୁଲର ପ୍ରଧାନଶିକ୍ଷକଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ସେହିପରି ମଧୁପୁରସ୍ଥିତ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ସମ୍ମାନିତ ଅତିଥି ଭାବେ ଗୋବର୍ଦ୍ଧନପୁର ସରପଞ୍ଚ ବୈଦେହୀ ମାଝୀ, ବ୍ଲକ ମଙ୍ଗଳ ଅଧିକାରୀ ପଙ୍କଜ କୁମାର ବଳୀୟାର ସିଂହ, କୃଷି ଅଧିକାରୀ ତନ୍ମୟ ମିଶ୍ର, ଡା. ସୁପ୍ରିୟା ରାଉତରାୟ, ମହିଳା ପରିଦର୍ଶିକା ରମା ପାତ୍ର, ଏଏନ୍‌ଏମ୍ ରସବତୀ ସୁନାନୀ, ଯୁବ ସମାଜସେବୀ ଓ ସାମ୍ବାଦିକ ସୁଶୀଲ କୁମାର ବାଗ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ହରିଶଙ୍କର ପାତ୍ର, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଜଗନ୍ନାଥ ରଣା ପ୍ରମୁଖ ମଞ୍ଚାସୀନ ଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ବେଦବ୍ୟାସ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷକ ପାର୍ଥ ଶବର ସଭା ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ସତ୍ୟବାଦୀ ନାଏକ, ମାମୀନା ସାହୁ, ନମିତା ମାଝୀ, ସସ୍ମିତା ସାହୁ, ଦିଲିପ ସାହୁ, କାମସେନ ଭୋଇ, ସୁଧାଂଶୁଶେଖର ସାସମଲ, ସାରିକା ପଣ୍ଡା, ସୋନାଲିକା ପାଢୀ, ବସନ୍ତ ପାଣ୍ଡେ, ବୈଜୟନ୍ତୀ ବେହେରା ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ ସମ୍ମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ, ମିଶନଶକ୍ତି, ସ୍ୱାସ୍ଥ୍ୟ ବିଭାଗ, କୃଷି ବିଭାଗ, ଉଦ୍ୟାନ ବିଭାଗ, ପ୍ରାଣୀଧନ ବିଭାଗ ପକ୍ଷରୁ ଆକର୍ଷଣୀୟ ଷ୍ଟଲମାନ ଖୋଲାଯାଇଥିଲା । ସେହିପରି ମଧୁପୁର ସେବାଶ୍ରମଠାରେ ପ୍ରଧାନଶିକ୍ଷକ ଗିରିଧାରୀ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଗୋବର୍ଦ୍ଧନପୁର ସରପଞ୍ଚ ବୈଦେହୀ ମାଝୀ, କୃଷି ଅଧିକାରୀ ତନ୍ମୟ କୁମାର ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟି ସଭାନେତ୍ରୀ ସପୁର ଛତର, ସମାଜସେବୀ ପ୍ରସନ୍ନ ପରିଡା, ସୁବନ ଭୋଇ, କୌତୁକ ମାଝୀ, ପ୍ରମୁଖ ମଞ୍ଚାସୀନ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories