ବନାନୀ କଳାସଙ୍ଗମ ଠାରେ ୩୬ତମ ଓଡିଶା ନାଟ୍ୟ ସଂଘ ଦିବସ ପାଳିତ

ଫୁଲବାଣୀ: ମଞ୍ଚ ନାଟକକୁ ବଞ୍ଚାଇ ରଖବାକୁ ନାଟକ ଦିବସ ପାଳନ କରାଯାଉଛି।ଜନ ସାଧାରଣଙ୍କ କର୍ମମୟ ଜୀବନକୁ ମନୋରଞ୍ଜନର ଖୋରାକ ଯୋଗାଇବାକୁ ମଞ୍ଚ ନାଟକର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବନାନୀ କଳା ସଙ୍ଗମ ଠାରେ ସଭାପତି ଡ ଅରୂପ କୁମାର ଜେନାଙ୍କ ପୌରୋହିତ୍ୟରେ ଓଡିଶା ନାଟ୍ୟସଂଘ ଦିବସ ପାଳିତ ହୋଇଛି। ଏହି ଅବସରରେ ଫୁଲବାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବୀଣ କୁମାର ବାଣୁଆ ଅତିଥି ଭାବେ ଯୋଗ ଦେଇ ମଞ୍ଚ ନାଟକର ସ୍ଥିତି, ଦର୍ଶକ ମାନଙ୍କ ରୁଚି ଓ ଭିତ୍ତିଭୂମି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ବରିଷ୍ଠ ନାଗରିକ ଅନନ୍ତ ଚରଣ ମିଶ୍ର ନାଟକର ଉତ୍ପତ୍ତି, ପ୍ରକାର ଭେଦ ଇତ୍ୟାଦି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ବରିଷ୍ଠ ଆଇନଜୀବୀ ବିଜୟକୃଷ୍ଣ ପଟନାୟକ ସଚେତନତା ଧର୍ମୀ ସାମାଜିକ ନାଟକ ଓ ସମାଜକୁ ବାର୍ତ୍ତା ସମ୍ପର୍କରେ ସୂଚନା ଦେଇଥିଲେ। ନିକଟରେ ବନାନୀ ପକ୍ଷରୁ ମଞ୍ଚସ୍ଥ ହୋଇଥିବା ଦୁଇଟି ନାଟକର କଳାକାର ମାନଙ୍କୁ ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବନାନୀ କଳାସଙ୍ଗମର ସଂଗଠନ ସମ୍ପାଦକ ଅଶୋକ ପରିଡା ସଂଯୋଜନା କରିଥିଲେ।
Comments are closed.