ଭୁବନେଶ୍ଵରରେ ଖୋଲିଲା ଶ୍ରବଣ ସମସ୍ୟାର ଉପଚାର ପାଇଁ ନୂଆ କ୍ଲିନିକ୍

ଡେସ୍କ: ଭୁବନେଶ୍ଵରରେ ‘ଟ୍ରୁ ଟୋନ ସ୍ପିଚ୍ ଆଣ୍ଡ ହିୟରିଂ କେୟାର’ର ଆଉ ଏକ ନୂଆ କ୍ଲିନିକ୍ ଖୋଲିଛି। ସହିଦ ନଗରଠାରେ ଥିବା ଏହି କ୍ଲିନିକକୁ ମଙ୍ଗଳବାର ଦିନ ଲୋଇସିଂହା ବିଧାୟକ ଡକ୍ଟର ମୁକେଶ ମହାଲିଙ୍ଗ ଉଦଘାଟନ କରିଛନ୍ତି। ଏଠାରେ ବାକ୍ ଏବଂ ଶ୍ରବଣଜନିତ ସମସ୍ୟା ଭୋଗୁଥିବା ବ୍ୟକ୍ତି ଅତ୍ୟାଧୁନିକ ଢାଞ୍ଚାରେ ଉନ୍ନତ ମାନର ଚିକିତ୍ସା ସେବା ପାଇ ପାରିବେ। ଶ୍ରବଣ ଯନ୍ତ୍ର ପ୍ରସ୍ତୁତି କ୍ଷେତ୍ରରେ ଅନ୍ତର୍ଜାତୀୟ ସ୍ତରରେ ବିଶେଷ ପରିଚୟ ହାସଲ କରିଥିବା କମ୍ପାନି ‘ଫୋନାକ’ର ଏକ ଏକ୍ସକ୍ଲୁସିଭ ସେଣ୍ଟର ଭାବେ ଏହି କ୍ଲିନିକ୍ କାର୍ଯ୍ୟ କରୁଛି। ସାନ ସାନ ପିଲା ଏବଂ ବରିଷ୍ଠ ନାଗରିକଙ୍କ ସହିତ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ କ୍ଷେତ୍ରରେ ଦେଖାଦେଉଥିବା ଶ୍ରବଣ ସମସ୍ୟାର ଉପଚାର ପାଇଁ ଏଠାରେ ବିଶେଷ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି।
Comments are closed.