QNETIC – Mobile

ରକ୍ତଭଣ୍ଡାର ପରିଚାଳନା କମିଟି ବୈଠକ

ସମ୍ବଲପୁର: ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଶୁକ୍ରବାର ସମ୍ବଲପୁର ରକ୍ତ ଭଣ୍ଡାର ପରିଚାଳନା କମିଟିର ଗୁରୁତ୍ୱପୁର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲା ମୁଖ୍ୟ ଚିକିତ୍ସାଳୟର ଡା. ପୁର୍ଣ୍ଣଚନ୍ଦ୍ର ସାହୁ, ଡା. ଅଶୋକ ଦାସ, ଜିଲା ରେଡକ୍ରସ ସୋସାଇଟିର ସମ୍ପାଦକ ଜୟ ଜର୍ଜ, ରକ୍ତଭଣ୍ଡାରର ଅଧିକାରୀ ଡା. କଳ୍ପେଶ କକ୍କଡ, ରେଡକ୍ରସ ସ୍ୱେଚ୍ଛାସେବୀ ସୁଧିର ପୂଜାରୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ। ବୈଠକରେ ରକ୍ତ ଭଣ୍ଡାରର ପରିଚାଳନା ସମ୍ପନ୍ଧୀତ କାର୍ଯ୍ୟ ସହିତ ରକ୍ତ ଅଭାବ ପୂରଣ ସକାଶେ ବିସ୍ତୃତ ଆଲୋଚନା କରାଯାଇଥିଲା।

Comments are closed.