ଭାରତୀୟ ଯୁବ ସଂସଦରେ ଏନଏସସିବି ମହାବିଦ୍ୟାଳୟ ସାମିଲ

ସମ୍ବଲପୁର: ରାଜସ୍ଥାନର ଜୟପୁର ସହରରେ ଅନୁଷ୍ଠିତ ହୋଇଥିବା ଆର୍ନ୍ତଜାତୀୟ ଲୋକତନ୍ତ୍ର ଦିବସ ଅବସରରେ ଭାରତୀୟ ଯୁବ ସଂସଦ (ଇଣ୍ଡିଆନ ୟୁଥ ପାର୍ଲାୟାମେଣ୍ଟ) ଆୟୋଜିତ ହୋଇଯାଇଛି। ୧୮ଟି ରାଜ୍ୟରୁ ଛାତ୍ରଛାତ୍ରୀ ମାନେ ଏଥିରେ ଯୋଗ ଦେଇଥିବା ବେଳେ ସମ୍ବଲପୁରର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀ ମାନେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ସୋମ ପ୍ରକାଶ, ସୁଶାନ୍ତ କେୱଟ, ଗୋପ ରଞ୍ଜନ, ମାସୁଦ ଆଲମ, ବିକାଶ ରାଣା, ରୋହନ, ନିକିତା ସାହୁ, ଅଳିଶା ଦାଶ, ସ୍ନେହା ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ନିଜର ବ୍ୟକ୍ତିଗତ ମତ, ରାଜ୍ୟ ଓ ଜିଲା ସମ୍ପର୍କିତ ତଥ୍ୟ ଉପସ୍ଥାପନ କରି ବେଶ ପ୍ରଶଂସିତ ହୋଇଛନ୍ତି। ନିକିତା ସାହୁ ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସମ୍ବଲପୁରୀ ଲୋକ ନୃତ୍ୟ ପରିବେଷଣ କରି ଜିଲାକୁ ସ୍ୱତନ୍ତ୍ର ପ୍ରଶଂସା ସାଉଁଟି ଆଣିଛନ୍ତି। ଏହି କାର୍ଯ୍ୟକ୍ରମରେ ନେତୃତ୍ୱ କୌଶଳ, ସମାଜ ପ୍ରତି ସମସ୍ତ କ୍ଷେତ୍ରରେ ଆନ୍ତରିକତା ଏବଂ ସାମ୍ବିଧାନିକ ଭିତ୍ତିକ ସୁନାଗରିକର କର୍ତ୍ତବ୍ୟ ସମ୍ବନ୍ଧରେ ଅବଗତ କରାଯାଇଥିଲା।

Comments are closed.