ବ୍ଲକସ୍ତରୀୟ କବାଡି ଖେଳାଳୀ ଚୟନ ଶିବିର

ଆଠଗଡ଼: ଆଠଗଡ଼ ବ୍ଲକସ୍ତରୀୟ ବିଦ୍ୟାଳୟ ସମ୍ମୁହର କବାଡି ଖେଳାଳି ଚୟନ ଶିବିର ସ୍ଥାନୀୟ ବେଣ୍ଟପଦା ନୋଡାଲ ହାଇସ୍କୁଲ ପରିସରରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ଜିଲ୍ଲା ପରିଷଦ ସଭ୍ୟ ବଳଭଦ୍ର ବାଘ ଉଦ୍ଘାଟନ କରିଥିଲେ। ଏହି ଶିବିରରେ ଆଠଗଡ଼ ବ୍ଲକର ସମସ୍ତ ହାଇସ୍କୁଲର ମୋଟ ୮୫ଜଣ କବାଡି ଖେଳାଳି ଯୋଗଦାନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ଜଣ ବାଳକ ଓ ୧୦ଜଣ ବାଳିକା କବାଡି ଖେଳାଳିଙ୍କୁ ମିଶାଇ ୨୦ଜଣଙ୍କୁ ମନୋନୟନ କରାଯାଇଥିଲା।

Comments are closed.