ବୌଦ୍ଧ ଜିଲ୍ଲାରେ ୧୨ଟି ଷ୍ଟାର୍ଟଅପ ଆଇଡିଆ ସଂଗ୍ରହ କଲା ଓଡ଼ିଶା ଷ୍ଟାର୍ଟଅପ୍‌‌ ଯାତ୍ରା

ବୌଦ୍ଧ: ଓଡ଼ିଶା ସରକାରଙ୍କ ଏକ ପ୍ରମୁଖ ପଦକ୍ଷେପ ଓଡ଼ିଶା ଷ୍ଟାର୍ଟଅପ ଯାତ୍ରା ଓ ଏକ୍ସପ୍ରେସ, ଜିଲ୍ଲାସ୍ତରରେ ଷ୍ଟାର୍ଟଅପ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ଲାଗି ଚଳିତ ସେପ୍ଟେମ୍ବର ୨୨ ତାରିଖ ଶୁକ୍ରବାର ଦିନ ବୌଦ୍ଧ ଜିଲ୍ଲାରେ ପହଂଚିଛି। ବୌଦ୍ଧରେ ଏହି ଷ୍ଟାର୍ଟଅପ ଯାତ୍ରା ମଡେଲ ଡିଗ୍ରୀ କଲେଜ, ସରକାରୀ ଆଇଟିଆଇ ଏବଂ ଭୈରବୀ ଡିଗ୍ରୀ କଲେଜ ପରିଦର୍ଶନ କରି ସମୁଦାୟ ୧୨ଟି ଷ୍ଟାର୍ଟଅପ ଆଇଡିଆ ସଂଗ୍ରହ କରିଥିବାବେଳେ, ଏଥିରେ ମୋଟ ୧୭୦ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ପୂର୍ବ ସଂସ୍କରଣର ଉଲ୍ଲେଖନୀୟ ସଫଳତା ପରେ ଚଳିତବର୍ଷ ଏହି ଷ୍ଟାର୍ଟଅପ ଯାତ୍ରା ୨୦୦ରୁ ଅଧିକ କଲେଜ ଏବଂ ୬୦ରୁ ଅଧିକ ବିଦ୍ୟାଳୟ ପରିଦର୍ଶନ କରି ଏହି ପ୍ରୟାସକୁ ଆହୁରି ଆଗକୁ ବଢ଼଼ାଇବାକୁ ଲକ୍ଷ୍ୟ ରଖିଛି। ଯାହାଦ୍ୱାରା ୨୫ ହଜାର ରୁ ଅଧିକ ଛାତ୍ରଛାତ୍ରୀ ପ୍ରଭାବିତ ହେବେ। ଉଦ୍ଭାବନ ଏବଂ ଉଦ୍ୟୋଗ କ୍ଷେତ୍ରରେ ତୃଣମୂଳ ସ୍ତରରେ ଯୁବ ମସ୍ତିଷ୍କମାନଙ୍କୁ ସଶକ୍ତ ଏବଂ ମାର୍ଗଦର୍ଶନ ପ୍ରଦାନ ଉପରେ ଧ୍ୟାନକେନ୍ଦ୍ରିତ କରିବା କରିବା ସହିତ, ଏହି ପଦକ୍ଷେପଗୁଡ଼ିକ ଷ୍ଟାର୍ଟଅପ ଇକୋସିଷ୍ଟମ ମଧ୍ୟରେ ପର୍ଯ୍ୟାପ୍ତ ସୁଯୋଗର ଉପଯୋଗ କରିବା ପାଇଁ ସେମାନଙ୍କୁ ସଶକ୍ତ କରିବା ଲାଗି ପ୍ରୟାସ କରୁଛି। କିଛିଦିନ ତଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌‌ଘାଟିତ ଷ୍ଟାର୍ଟଅପ ଯାତ୍ରା ଓ ଏକ୍ସପ୍ରେସ ବିଭିନ୍ନ ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଠାରୁ ଅଦ୍ଭୂତପୂର୍ବ ପ୍ରତିକ୍ରିୟା ହାସଲ କରିଛି। ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଏହି ଯାତ୍ରାରେ ଅଂଶଗ୍ରହଣ କରିଛନ୍ତି ଏବଂ ସେମାନଙ୍କର ଅଭିନବ ଚିନ୍ତାଧାରା ଉପସ୍ଥାପନ କରିଛନ୍ତି।

Comments are closed.