www.samajalive.in
Sunday, December 7, 2025
26.1 C
Bhubaneswar

ଅକ୍ଟୋବରରେ ମୁକ୍ତିଲାଭ କରିବ ପାଟଣାଗଡ଼ ପାର୍ସଲ ବୋମା ଘଟଣା ଉପରେ ଆଧାରିତ ସମ୍ବଲପୁରୀ ଚଳଚ୍ଚିତ୍ର ‘ମାଇଣ୍ଡ ଗେମ’

ସମ୍ବଲପୁର: ସାରା ରାଜ୍ୟରେ ୨୦୧୮ ମସିହାରେ ଚହଳ ସୃଷ୍ଟି କରିଥିବା ପାଟଣାଗଡ଼ ପାର୍ସଲ ବେମା ଘଟଣା ଉପରେ ପର୍ଯ୍ୟବେଷିତ ବହୁଭାଷୀ ଚଳଚ୍ଚିତ୍ର ‘ମାଇଣ୍ଡ ଗେମ’ ଆସନ୍ତା ଅକ୍ଟୋବରରେ ମୁକ୍ତିଲାଭ କରିବାକୁ ଯାଉଛି। ଏ ସମ୍ପର୍କରେ ସମ୍ବଲପୁରର ଅଇଁଠାପାଲି ସ୍ଥିତ ହୋଟେଲ ଡଲଫିନ ଠାରେ ଶୁକ୍ରବାର ଅପରାହ୍ନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଚଳଚ୍ଚିତ୍ରର ମୁଖ୍ୟ ଅଭିନେତା ମନୋଜ ମିଶ୍ର ଓ ପ୍ରୟୋଜକ ଶ୍ରୀଧର ମାର୍ଥା ସୂଚନା ଦେଇଛନ୍ତି। ପାର୍ସଲ ବୋମାର ଘଟଣା ଆଜି ମଧ୍ୟ ଜନମାନସରୁ ଲିଭି ନ ଥିବା ବେଳେ ଉକ୍ତ ଘଟଣାକୁ ପର୍ଯ୍ୟବେଷିତ କରି ଦୀର୍ଘ ୫ ବର୍ଷର କଠିନ ପରିଶ୍ରମ ପରେ ଜନତାଙ୍କ ନିକଟକୁ ଏହା ପହୁଞ୍ଚାଇବା ପାଇଁ ପ୍ରୟାସ କରାଯାଇଛି। ମାଇଣ୍ଡ ଗେମ ଚଳଚ୍ଚିତ୍ରରେ ସମ୍ବଲପୁରର ସୁପୁତ୍ର ତଥା ବଲିଉଡ, ଟଲିଉଡ ଏବଂ ଓଲିଉଡର ସୁପରିଚିତ ଅଭିନେତା ମନୋଜ ମିଶ୍ର ମୁଖ୍ୟ ଭୂମିକା ନିର୍ବାହ କରୁଥିବା ବେଳେ ଏଥିରେ ବଲିଉଡ ଓ ଟଲିଉଡର ୩ ଜଣ ଆଗଧାଡିର ଅଭିନେତା ଅତୁଲ କୁଲକର୍ଣ୍ଣୀ, ଯଶପାଲ ଶର୍ମା ଓ ତନକିଲ୍ଲା ଭର୍ଣ୍ଣି ରହିଛନ୍ତି। ଏଥି ସହ ଅନୁ ଚୌଧୁରୀ, ଚିନ୍ମୟ ମିଶ୍ର, ଅପସରା ରାଣୀ ପ୍ରମୁଖ ଅଭିନୟ କରୁଥିବା ବେଳେ ଜଣାଶୁଣା ଆଗଧାଡିର ନିର୍ଦ୍ଦେଶକ ରାଜେଶ ଟଚରିଭର ଏହାର ନିର୍ଦ୍ଦେଶନା ଦେଇଛନ୍ତି। କିଛି ମାସ ତଳେ ଏହି ଚଳଚ୍ଚିତ୍ରର ଟ୍ରେଲର ରିଲିଜ ହୋଇଥିବା ବେଳେ ଏହାକୁ ନେଇ ଦର୍ଶକ ମାନଙ୍କ ମନ ଜିଣିଥିବାରୁ ଚଳଚ୍ଚିତ୍ର ପାଇଁ ବେଶ ଉତ୍କଣ୍ଠା ରହିଛି। ଏହା ଖୁବ ଶିଘ୍ର ପ୍ରେକ୍ଷାଳୟକୁ ଆସିବ ଏବଂ ଦର୍ଶକ ଓଡ଼ିଶା ମାଟିର ଏକ ଚାଞ୍ଚଲ୍ୟକର ଘଟଣାକୁ ଦେଖି ସଚେତନତାର ବାର୍ତ୍ତା ନିଶ୍ଚିତ ରୂପେ ପାଇବେ। ଏହି ଚଳଚ୍ଚିତ୍ରଟି ସମ୍ବଲପୁରୀ ଭାଷା ସହିତ ଓଡିଆ, ତେଲୁଗୁ ଓ ହିନ୍ଦୀ ଭାଷାରେ ମଧ୍ୟ ରିଲିଜ କରାଯିବ। ସମ୍ବଲପୁରୀ ଭାଷାରେ ଏହି ଚଳଚ୍ଚିତ୍ର ରିଲିଜ କରିବା ଉପରେ ଅଭିନେତା ମନୋଜ ମିଶ୍ର କହିଛନ୍ତି ଯେ, ଆଗାମୀ ଦିନରେ ସମ୍ବଲପୁରୀ ଭାଷାରେ ଏଭଳି ଉଚ୍ଚମାନର ଚଳଚ୍ଚିତ୍ର ନିର୍ମାଣ କରିବାକୁ ପ୍ରଯୋଜକ ଓ ନିର୍ଦ୍ଦେଶକ ମାନେ ଆଗଭର ହେବେ। ସମସ୍ତ ୪ଟି ଭାଷାରେ ନିର୍ମିତ ଏହି ଚଳଚ୍ଚିତ୍ରର ସଫଳତା ପାଇଁ ଆଶାବାଦୀ ରହିଛନ୍ତି ବୋଲି ଅଭିନେତା ଶ୍ରୀ ମିଶ୍ର କହିଛନ୍ତି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories