ସମ୍ବଲପୁର: ସ୍ଥାନୀୟ ଶାନ୍ତିନଗରର ଭୀମଭୋଇ କଲ୍ୟାଣ ମଣ୍ଡପ ଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ୟ୍ୟାଦେଶ ବଣ୍ଟନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରେଙ୍ଗାଲି ବିଧାୟକ ନାଉରୀ ନାୟକ ହିତାଧିକାରୀମାନଙ୍କୁ କାର୍ୟ୍ୟାଦେଶ ପତ୍ର ପ୍ରଦାନ କରିଥିଲେ। ସମ୍ବଲପୁର ମହାନଗର ନିଗମ ଅଞ୍ଚଳ ର ପାଞ୍ଚଗୋଟି ୱାର୍ଡର ୩୦୦ରୁ ଉର୍ଦ୍ଧ୍ବ ଜଣ ହିତାଧିକାରୀଙ୍କୁ ଆଜି କାର୍ୟ୍ୟାଦେଶ ବଣ୍ଟନ କରାଯାଇଥିଲା। କାର୍ୟ୍ୟାଦେଶ ପାଇବାର ତିନି ମାସ ମଧ୍ୟରେ ଗୃହ ନିର୍ମାଣ କାର୍ୟ୍ୟ ସମ୍ପୂର୍ଣ୍ଣ କଲେ କୋଡ଼ିଏ ହଜାର ଓ ଛ ମାସ ମଧ୍ୟରେ ଗୃହ ନିର୍ମାଣ ସପୂର୍ଣ୍ଣ କଲେ ଦଶ ହଜାର ଟଙ୍କା ବୋନସର ବ୍ୟବସ୍ଥା ରହିଛି। ଏଣୁ ଗୃହ ନିର୍ମାଣ କାର୍ୟ୍ୟ ସମ୍ପୂର୍ଣ୍ଣ କରି ବୋନସର ଲାଭ ଉଠାନ୍ତୁ ବୋଲି କାର୍ୟ୍ୟାଦେଶ ବଣ୍ଟନ ଅବସରରେ ବିଧାୟକ ଶ୍ରୀ ନାଉରୀ ନାୟକ ହିତାଧିକାରୀଙ୍କୁ ଅନୁରୋଧ କରିଥିଲେ।
Popular Categories



