www.samajalive.in
Monday, December 8, 2025
14.1 C
Bhubaneswar

ବିଜେପି ସଭାନେତ୍ରୀଙ୍କୁ ସମ୍ବର୍ଦ୍ଧନା

ସମ୍ବଲପୁର: ଓଡ଼ିଶା ପ୍ରଦେଶ ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ଡାକ୍ତର ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କ ଦ୍ୱାରା ରାଜ୍ୟ ମହିଳା ମୋର୍ଚ୍ଚାର ନୂତନ ପଦାଧିକାରୀଙ୍କ ନାମ ଇତି ମଧ୍ୟରେ ଘୋଷଣା କରାଯାଇଛି। ଏହି କ୍ରମରେ ସମ୍ବଲପୁରର ଜଣାଶୁଣା ମହିଳା ନେତ୍ରୀ ସବିତା ନନ୍ଦଙ୍କୁ ରାଜ୍ୟ ଉପ ସଭାପତି ଓ କାର୍ଯ୍ୟକାରୀ ସଦସ୍ୟା ରୂପେ ଆରତୀ ବରାଡଙ୍କୁ ନୁତନ ଦାୟିତ୍ୱ ଦିଆଯାଇଛି। ଏଥି ପାଇଁ ବିଜେପିର ଏକ ସକ୍ରିୟ ଗୋଷ୍ଠୀ ତରଫରୁ ନୂତନ ଦାୟିତ୍ୱ ପାଇଥିବା ସବିତା ନନ୍ଦ ଓ ଆରତୀ ବରାଡଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ବିଜେପି ନେତା ଶ୍ରୀକାନ୍ତ ପାଣିଗ୍ରାହୀ ସଭାପତିତ୍ୱ କରିଥିବା ବେଳେ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନ୍ନପୁର୍ଣ୍ଣା ବାରିକ ଓ ବରିଷ୍ଠ ବିଜେପି ନେତା ସୁର୍ଯ୍ୟ ପାଣିଗ୍ରାହୀ ଅନ୍ୟ ମାନଙ୍କ ସହିତ ମଞ୍ଚାସୀନ ରହିଥିଲେ। ଭାରତ ମାତାଙ୍କ ପୂଜାର୍ଚ୍ଚନା ଓ ସାମୁହିକ ବନ୍ଦେ ମାତରଂ ଗାନ ସହିତ ଆରମ୍ଭ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଶ୍ରୀକାନ୍ତ ପାଣିଗ୍ରାହୀ ସ୍ୱାଗତ ବକ୍ତବ୍ୟ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଏହା ପରେ ନୂତନ ଦାୟିତ୍ୱ ପାଇଥିବା ସବିତା ନନ୍ଦ ଓ ଆରତୀ ଲତା ବରାଡଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ସମ୍ବର୍ଦ୍ଧନା ପାଇଁ ଉଭୟ ନେତ୍ରୀ ସମସ୍ତଙ୍କୁ କୃତଜ୍ଞତା ଅର୍ପଣ କରିବା ସହିତ ପଶ୍ଚିମ ଓଡ଼ିଶାରେ ମହିଳା ମୋର୍ଚ୍ଚାକୁ ଆହୁରୀ ସୁଦୃଢ଼ କରବା ପାଇଁ ପ୍ରୟାସ ଜାରି ରହିବ ବୋଲି ଉଭୟ ନେତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ନେତୃତ୍ୱ ଓ ଦକ୍ଷତା ଯୋଗୁଁ ବିଶ୍ୱ ଦରବାରରେ ଭାରତବର୍ଷ ସୁନାମ ଅର୍ଜନ କରିଛି। ଗୋଟିଏ ପରେ ଗୋଟିଏ ପ୍ରତିଶୃତି ପୂରଣ କରାଯିବା ସହିତ ଜନହିତରେ କାର୍ଯ୍ୟ ଜାରି ରହିଛି ବୋଲି ଡା. ପ୍ରଭାସ ଦେବତା କହିଥିଲେ। କାର୍ଯ୍ୟକ୍ରମରେ ପୁଷ୍ପାଞ୍ଜଳି ଜେନା, ସୀତାକାନ୍ତି ମେସୁଆ, ଡ. ସୁଷମା ସାହୁ, ରୁନୁ ପ୍ରଧାନ, ସରୋଜିନୀ ନାଏକ, ପୁର୍ଣ୍ଣବାସୀ ପଣ୍ଡା, କାଜଲ ଚକ୍ରବର୍ତ୍ତୀ, ମୈଥିଲି ବାଗ, ସରୋଜ ସାହୁ, ଦେଓକିରଣ ପଟ୍ଟନାୟକ, ମୁକେଶ ଜରିୱାଲ, ରଞ୍ଜିତ ରଥ, କିଶୋର ନାଏକ, ସୁବାଷ ସାହୁ, ରାଜୁ ଚାଟାର୍ଜୀ, ବିକାଶ ପଟ୍ଟନାୟକ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ଶେଷରେ ଜିଲା ମହିଳା ମୋର୍ଚ୍ଚା ଉପ ସଭାନେତ୍ରୀ ଅମୂଲ୍ୟା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନାଯୋଗ୍ୟ ଯେ, ଏ ପର୍ଯ୍ୟନ୍ତ ନୂତନ ରାଜ୍ୟ ପଦାଧିକାରୀ ମାନଙ୍କୁ ଜିଲା ବିଜେପି ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇ ନ ଥିବା ବେଳେ ବିଜେପିର ସକ୍ରିୟ ଗୋଷ୍ଠୀ ସମ୍ବର୍ଦ୍ଧନା ଦେଇଥିବାରୁ ଏହା ବିଜେପି ସମେତ ସହରରେ ନୂତନ ଚର୍ଚ୍ଚାକୁ ସୃଷ୍ଟି କରିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories