ବିଇଓ ଅଫିସ ଆଗରେ ଶିକ୍ଷକଙ୍କ ଧାରଣା

ହରଭଙ୍ଗା: ହରଭଙ୍ଗା ବ୍ଲକ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଆହ୍ବାନ କ୍ରମେ ଶିକ୍ଷକମାନେ ହରଭଙ୍ଗା ଗୋଷ୍ଠି ଶିକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି। ଶିକ୍ଷାକର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳକୁ ନେସନାଲ ଇନକ୍ରିମେଣ୍ଟ ପ୍ରଦାନ କରି ମୂଳ ଚାକିରିରେ ଗଣନାକରିବା ସହ ଗଣଶିକ୍ଷକଙ୍କ ଏକ୍ସ କ୍ୟାଡ଼ର ଉଛେଦ କରିବା ଭଳି ଆଦି ଦାବିନେଇ ଶିକ୍ଷକ ମାନେ ଆନ୍ଦୋଳନ କରୁଛନ୍ତି। ପ୍ରାଥମିକ ଶିକ୍ଷକ ସଂଘ ସଭାପତି କୁମୁଦ ଚନ୍ଦ୍ର ପ୍ରଧାନ, କାର୍ଯ୍ୟକାରୀ ସଭାପତି ସାଧୁ ଚରଣ ଦେହୁରୀ, ଉପଦେଷ୍ଟା ବିରଞ୍ଚିନାରାୟଣ ପ୍ରଧାନ, ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ରଜତ କୁମାର ନାୟକ, ସାଧାରଣ ସମ୍ପାଦକ ବାମଦେବ ଦାଶ ଓ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ମହେଶ ସେଠୀଙ୍କ ନେତୃତ୍ୱରେ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ସାମିଲ ହୋଇଥିଲେ।
Comments are closed.