ଜିଏମୟୁକୁ ମେହେର ଆସୋସିଏସନର ୧୦ ଲକ୍ଷ ଟଙ୍କା ଦାନ

ସମ୍ବଲପୁର: ସମ୍ବଲପୁରର ସ୍ୱନାମଧନ୍ୟ କ୍ରିଡା ସଙ୍ଗଠନ ମେହେର ଆସୋସିଏସନ ତରଫରୁ ଓଡ଼ିଶା ସରକାରଙ୍କ ମୋ କଲେଜ ଅଭିଯାନ ଅର୍ନ୍ତଗତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟକୁ ୧୦ ଲକ୍ଷ ଟଙ୍କାର ରାଶି ଦାନ କରିଛନ୍ତି। ମଙ୍ଗଳବାର ଅପରାହ୍ନରେ ଜିଏମୟୁର କୂଳପତି ଏନ. ନାଗାରାଜୁଙ୍କୁ ଏହି ଅର୍ଥ ରାଶି ସମ୍ବଳିତ ଚେକ ଆସୋସିଏସନ ତରଫରୁ ସଦସ୍ୟ ତଥା ପୂର୍ବତନ ସାଂସଦ ଭବାନୀ ଶଙ୍କର ହୋତା ପ୍ରଦାନ କରାଯାଇଛି। ମେହେର ଆସୋସିଏସନ ସମ୍ବଲପୁରରେ କ୍ରିଡାର ଉନ୍ନତି ପାଇଁ ଦୀର୍ଘ ବର୍ଷ ହେବ ତାର ବହୁମୂଲ୍ୟ ଯୋଗଦାନ ଦେଇ ଆସୁଥିବା ବେଳେ ଜିଏମୟୁକୁ ଦେଇ ଦାନ ରାଶି ଏବଂ ମୋ କଲେଜ ଅଭିଯାନର ନିୟମାନୁଯାୟୀ ସରକାରଙ୍କ ଠାରୁ ଏହି ରାଶିର ୨ ଗୁଣା ରାଶି ଅଣାଯାଇ ଶିକ୍ଷାନୁଷ୍ଠାନର କ୍ରିଡାର ଭିତ୍ତିଭୂମୀ ବିକାଶ ନିମନ୍ତେ ଉପଯୋଗ କରାଯାଇ ଏକ ମିନି ସ୍ପୋଟର୍ସ କମ୍ପେ୍ଲକ୍ସ ନିର୍ମାଣ କରାଯିବ ବୋଲି ଏହି ଅବସରରେ କତ୍ତୃୃପକ୍ଷ ସୂଚନା ଦେଇଛନ୍ତି। ଜିଏମୟୁ କୂଳପତିଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଅନୁଦାନ ପ୍ରଦାନ କାର୍ଯ୍ୟକ୍ରମରେ କୂଳପତି ପ୍ର. ନାଗାରାଜୁ ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ ଉପ ସଚିବ ଡ. ଉମା ଚରଣ ପତି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏହି ଅବସରରେ ଜିଏମୟୁର ସଚିବ ଯୁଗଳେଶ୍ୱରୀ ଦାଶ, ଆର୍ଥିକ ଅଧିକାରିଣୀ କନକଲତା ଏକ୍କା, ଡ. ମଧୁମିତା ପଣ୍ଡା ଏବଂ ମେହେର ଏସୋସିଏସନର ବିରଜା ଶଙ୍କର ହୋତା, ଯୋଗେନ୍ଦ୍ର ନାରାୟଣ ମିଶ୍ର, କାଳି ଚରଣ ବିଶି, ପଞ୍ଚାନନ ପଶାୟତ ଓ ହୃଷିକେଶ ପଣ୍ଡା ଉପସ୍ଥିତ ରହିଥିଲେ। ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷଙ୍କୁ ଦିଆଯାଇଥିବା ଏହି ଅନୁଦାନ ରାଶିକୁ ଛାତ୍ରଛାତ୍ରୀ ମାନଙ୍କର କ୍ରିଡା ପ୍ରତିଭା ବିକାଶରେ ଉପଯୋଗ କରିବାକୁ ନିଷ୍ପତ୍ତି ନିଆଯାଇଥିବାରୁ ସମସ୍ତ ସଦସ୍ୟ ମାନେ ଖୁସି ବ୍ୟକ୍ତ କରିଛନ୍ତି।
Comments are closed.