QNETIC – Mobile

ସୁଜିତ ମେମୋରିଆଲ ଫୁଟବଲ ପ୍ରତିଯୋଗିତା ଉଦଯାପିତ

ଫୁଲବାଣୀ/ଫିରିଙ୍ଗିଆ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ଉଚ୍ଚ ମାଧ୍ୟମିକ ଖେଳ ପଡିଆରେ ଅନୁଷ୍ଠିତ ଦୁଇ ଦିନିଆ ଆନ୍ତଃ ଜିଲ୍ଲା ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇଛି। ଉଦଯାପନୀ ଖେଳରେ ମୁଖ୍ୟ ଅତିଥି ଭାବରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମି ରଞ୍ଜନ ମହନ୍ତ, ବରିଷ୍ଠ ପୋଲିସ ଅଧିକାରୀ ତଥା କଣ୍ଠ ଶିଳ୍ପୀ ଜଳନ୍ଧର ବେହେରା ଓ ଖଜୁରୀପଡା ପୂର୍ବତନ ବ୍ଲକ ଅଧ୍ୟକ୍ଷ ବୀରେନ୍ଦ୍ର କହଁର ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ମୋଟ ୮ଟି ଟିମ ଭାଗ ନେଇଥିଲେ ଓ ଫାଇନାଲରେ ସୁଜିତ ଏଫସି, ଜେଡି କ୍ଲବ ଫୁଲବାଣୀକୁ ୧-୦ ଗୋଲରେ ହରାଇ ବିଜୟ ଲାଭ କରିଥିଲା।

Comments are closed.