QNETIC – Mobile

ହତ୍ୟା ଅଭିଯୋଗରେ ଜଣେ ଗିରଫ, କୋର୍ଟ ଚାଲାଣ

ଫୁଲବାଣୀ: ସାଙ୍ଗର ଘର ଭିତରୁ ଜଣେ ସାଙ୍ଗର ମୃତ ଦେହ ଉଦ୍ଧାର ଘଟଣାରେ ଆଜି ଗୋଛାପଡା ପୋଲିସ କଟ୍ରିଙ୍ଗିଆ ପଞ୍ଚାୟତର ବଗାଲି ଗାଁର ପାର୍ଥିବ କହଁରକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତକାଲି ଏହି ବାଗଲି ଗାଁର ସନାତନ କହଁର ଙ୍କ ପୁଅ ମନୋଜ କୁମାର କହଁର ସେହି ବାଗଲି ଗାଁର ମହେଶ୍ୱର କହଁର ନାମକ ତାର ଅନ୍ୟଜଣେ ସାଙ୍ଗ ଦୋକାନ ଯିବା କହି ମନୋଜକୁ ଘରୁ ଡାକି ନେଇଥିଲା। ମନୋଜ ମହେଶ୍ୱର ସାଙ୍ଗରେ ବୁଲିବାକୁ ଯାଇ ବିଳମ୍ବିତ ରାତି ଯାଏ ଘରକୁ ଫେରି ନଥିଲା ଓ ଘର ଲୋକ ବହୁ ଖୋଜା ଖୋଜି କଲାପରେ ମଧ୍ୟ ମନୋଜର କୌଣସି ଖବର ପରିବାର ଲୋକେ ପାଇନଥିଲେ। ଶୁକ୍ରବାର ସକାଳୁ ଗାଁର ଜଣେ ବ୍ୟକ୍ତି ମନୋଜ ତାର ସାଙ୍ଗ ମହେଶ୍ୱର ଘରେ କ୍ଷତାକ୍ତ ଅବସ୍ଥାରେ ପଡ଼ିଥିବା ଖବର ଦେଇଥିଲେ। ମନୋଜର ପରିବାର ଲୋକେ ମହେଶ୍ୱର ଘରକୁ ଯିବା ବେଳେ ମନୋଜ କହଁର ମହେଶ୍ୱର ଘରେ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ। ପରେ ମୃତ ମନୋଜ କହଁରର ପିତା ସନାତନ କହଁର ଗୋଛାପଡା ଥାନାରେ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ନେଇ ଏକ ଏତଲା ଦେଇଥିଲେ। ଏତଲା ଆଧାରରେ ପୁଲିସ ବଗାଲି ଗାଁର ପାର୍ଥିବ କହଁର ନାମକ ଜଣେ ବ୍ୟକ୍ତି ସହ ଦୁଇଜଣ ବ୍ୟକ୍ତିଙ୍କୁ ଥାନାରେ ପଚରା ଉଚୁରା ଜାରି ରଖିଥିଲେ। ଆଜି ସେଇ ଘଟଣାରେ ହତ୍ୟା ଅଭିଯୋଗରେ ପାର୍ଥିବ କହଁରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଗୋଛାପଡା ଥାନା ଅଧିକାରୀ ପ୍ରଭାତ କୁମାର ବେହେରା ସୂଚନା ଦେଇଛନ୍ତି।

Comments are closed.