QNETIC – Mobile

ମହାବିଦ୍ୟାଳୟରେ ମୋ ମାଟି ମୋ ଦେଶ କାର୍ୟ୍ୟକ୍ରମ ଅନୁଷ୍ଠିତ

ଫୁଲବାଣୀ/ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପଞ୍ଚାୟତ ସ୍ନାତକ ମହାବିଦ୍ୟାଳୟ ସଭାଗୃହରେ କଲେଜରଛାତ୍ରଛାତ୍ରୀମାନଙ୍କୁ ନେଇ ମୋ ମାଟି ମୋ ଦେଶ ସମ୍ପର୍କିତ ଏକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି ମହାବିଦ୍ୟାଳୟର ଅଧ୍ୟକ୍ଷ ନବଘନ ସାହୁଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଫିରିଙ୍ଗିଆ ପଞ୍ଚାୟତ ସିମୁଳି ସାହିର ଅବସରପ୍ରାପ୍ତ ସେନା ଅଧିକାରୀ ରମାକାନ୍ତ କହଁର, ପଞ୍ଚାୟତ +୨ ମହାବିଦ୍ୟାଳୟର ଅଧକ୍ଷ ଚିତ୍ତ ରଞ୍ଜନ ମିଶ୍ର, ଆଇଆରବି ସୁବେଦରା ଦାସରଥି ସୋରେନ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। କାର୍ୟ୍ୟକ୍ରମକୁ କଲେଜର ଅଧ୍ୟାପକ ତଥା ଜାତୀୟ ସେବା ଯୋଜନାର ସଂଯୋଜକ ସୁଦାମ ବେହେରା ପରିଚାଳନା କରିଥିଲେ।

Comments are closed.