www.samajalive.in
Sunday, December 7, 2025
18.1 C
Bhubaneswar

ସମନ୍ୱିତ ଜାତୀୟ ମିଶନ ଇନ୍ଦ୍ରଧନୁ ତାଲିମ ଶିବିର ଅନୁଷ୍ଠିତ

କଲମପୁର: କଲମପୁର ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭାଗୃହ ଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟା ବିଭାଗ ତରଫରୁ ସମନ୍ୱିତ ଜାତୀୟ ମିଶନ ଇନ୍ଦ୍ରଧନୁ ତାଲିମ ଶିବିର ଅନୁଷ୍ଠିତ ହେଇଯାଇଛି। ଦୁଇଟି ପର୍ଯ୍ୟାୟରେ ଏହି ତାଲିମ ଶିବିର ଅନୁଷ୍ଠିତ ହେଇଥିଲା। ଏଥିରେରେ ଗାଁ ସ୍ତରରେ ଟିକା ନେଇନଥିବା ସମସ୍ତ ଗର୍ଭବତୀ, ୦ରୁ ୨ବର୍ଷ ଏବଂ ୨ରୁ ୫ ବର୍ଷର ଶିଶୁଙ୍କୁ ଟିକା ପ୍ରଦାନର ବ୍ୟବସ୍ତା କରାଯାଇଛି। ଏଥିରେ ଟିକା ପାଇନଥିବା ଏବଂ ଅସମ୍ପୂର୍ଣ୍ଣ ଟିକାକରଣ ହେଇଥିବା ଶିଶୁ ଉପକୃତ ହେବେ। ଏହି ସମସ୍ତ ଉପଭୋକ୍ତାଙ୍କୁ ଚିହ୍ନଟ କରି ଉପସ୍ୱାସ୍ଥ୍ୟ କେନ୍ଦ୍ର ମାଧ୍ୟମରେ ସେପ୍ଟେମ୍ବର ୧୧ରୁ ୧୬, ଅକ୍ଟୋବର ୧ରୁ ୧୪ ଏବଂ ନଭେମ୍ବର ୬ରୁ ୧୧ ତିନିଟି ପର୍ଯ୍ୟୟରେ ମିଶନ ଇନ୍ଦ୍ରଧନୁ ମାଧ୍ୟମରେ ଟିକାକରଣ କରାଯିବା ନେଇ ବ୍ୟବସ୍ଥା କରାଯାଇଛି। ଏହା ଦ୍ୱାରା ଶିଶୁ ମୃତ୍ୟୁ ହାରକୁ ରୋକାଯାଇ ପାରିବ। ଏଥିରେ ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ, ଉଭୟ ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଙ୍କ ସମେତ ସ୍ୱାସ୍ଥ୍ୟ କ୍ଷେତ୍ର ପରିଦର୍ଶକମାନେ ଉପସ୍ଥିତ ରହିଥିଲେ। ଏହି ତାଲିମ ଶିବିରରେ କଲମପୁର ଗୋଷ୍ଟୀ ସ୍ୱାସ୍ତ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଶିବାଶିଷ ସ୍ୱାଇଁ ଅଧ୍ୟକ୍ଷତା କରିଥିବା ବେଳେ ଡବ୍ଲ୍ୟୁ ଏଚ.ଓର ସ୍ୱାସ୍ଥ୍ୟ ପରିଦର୍ଶକ ଶୁସାନ୍ତ କୁମାର ପଟେଲ ଯୋଗ ଦେଇ ତାଲିମ ପ୍ରଦାନ କରିଥିଲେ। କଲମପୁର ଗୋଷ୍ଠୀ ଜନ ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ହେମନ୍ତ କୁମାର ଶଗଡ଼଼ିଆ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିପିଏମ ପ୍ରଶାନ୍ତ କୁମାରପାଢ଼ୀ ସହଯୋଗ କରିଥିଲେ।

Hot this week

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

Related Articles

Popular Categories