QNETIC – Mobile

ବ୍ଲକ କଳା ସଂସ୍କୃତି ସଂଘ ଉପସଭାପତି ନିର୍ବାଚନରେ ଅନିୟମିତତା ଅଭିଯୋଗ

ପାଟଣା: କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅଞ୍ଚଳରେ ଥିବା ବ୍ଲକ ସ୍ତରୀୟ କଳା ସଂସ୍କୃତି ସଂଘର ଉପ ସଭାପତି ନିର୍ବାଚନ ବ୍ଲକ କାର୍ଯ୍ୟାଳୟ ପରିସରରେ କରାନଯାଇ ରଙ୍କ ରତନ ପାତ୍ର ନିଜ ଗ୍ରାମ ଖଜୁରୀଡିହା ଠାରେ ଏକ ବଡ଼ ସଭା ଆୟୋଜନ କରିଥିଲେ। ଏହି ସଭାରେ ସଙ୍ଘ ସହିତ ଯଡ଼ିତ ନଥିବା କିଛି ଗାୟକ, ପାଳିଆ ଏବଂ ଵାୟକଙ୍କୁ ନେଇ ବୈଠକ କରି ଶ୍ରୀ ପାତ୍ର ନିଜକୁ ଉପସଭାପତି ମନୋନୀତ କରିଥିବା ଜାଣି ଆଜି କଳା ସଂସ୍କୃତି ସଂଘର ସଂଘର ନିରଞ୍ଜନ ମହାରଣା, ମୌସମ କୁମାର ଆରିୟା, ଚନ୍ଦ୍ରମୋହନ ମହାନ୍ତ, ଫୁଲମଣୀ ମହାରଣା ପ୍ରମୁଖ ସାହାରପଡ଼ା ବ୍ଲକ କାର୍ୟ୍ୟାଳୟରେ ପହଞ୍ଚି ଏକ ଦାବିପତ୍ର ବିଡ଼ିଓଙ୍କ ଅନୁପସ୍ଥିତିରେ ଏବିଡ଼ିଓ କୁସୁମଲତା ସାହୁଙ୍କୁ ପ୍ରଦାନ କରିଛନ୍ତି। ତେବେ ଏହି ଉପ ସଭାପତି ନିର୍ବାଚନ ନିୟମାବଳି ଅନୁଯାୟୀ କରାଯାଉ ବୋଲି ବ୍ଲକ ଅଧିକାରୀ ଯଥାଶୀଘ୍ର ଦୃଷ୍ଟି ଦେଇ ଅଭିଯୋଗର ସମାଧାନ କରିବାକୁ ଅଭିଯୋଗକାରି ମାନେ ଦାବି କରିଛନ୍ତି।

Comments are closed.