ମୁକ୍ତା ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ

ଘୁ ଉଦୟଗିରି: ମୁକ୍ତା ଯୋଜନାରେ ସହରାଞ୍ଚଳ ରୂପାନ୍ତରଣ ପାଇଁ ୪୫ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଗତ ଜୁନ୍ ମାସରେ ୩ କୋଟି ଟଙ୍କା ମଞ୍ଜୁର କରିଥିଲେ। ମୁକ୍ତାରେ ଆଜି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ପାଇଁ ୧୧ ଗୋଟି କାର୍ଯ୍ୟାଦେଶ ୧୧ ଗୋଟି ମିଶନ ଶକ୍ତି ଗ୍ରୁପଙ୍କୁ ଦିଆଯାଇଛି। ଏହି ସବୁ କାମ ଭିତରେ ଅଛି ପେଭର୍ ଚଲାପଥ, ଖୋଲା ସ୍ଥାନର ସୋନ୍ଦର୍ଯ୍ୟକରଣ, ଡ୍ରେନ କଭର୍ ସ୍ଲାବ, ଇତ୍ୟାଦି। ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ଭାରପ୍ରାପ୍ତ ଅଧ୍ୟକ୍ଷ ସନ୍ତୋଷ କୁମାର ବାଘ।

Comments are closed.