www.samajalive.in
Sunday, December 7, 2025
23.1 C
Bhubaneswar

ଲାୟନ୍ସ କ୍ଲବର ୩୩ତମ ଡିଷ୍ଟ୍ରିକ୍ଟ ପ୍ରତିଷ୍ଠା ଦିବସ

ସମ୍ବଲପୁର: ସମ୍ବଲପୁର ଠାରେ ଲାୟନ୍ସ କ୍ଲବର ୩୩ତମ ଡିଷ୍ଟ୍ରିକ୍ଟ କ୍ୟାବିନେଟ ଇନଷ୍ଟଲେସନ କାର୍ଯ୍ୟକ୍ରମ ରବିବାର ଆୟୋଜିତ ହୋଇଯାଇଛି। ସମ୍ବଲପୁରର ଉପକକଣ୍ଠସ୍ଥ ୱେଲକମ ରିସର୍ଟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର ୧୦ଟି ଜିଲାର ସଦସ୍ୟ ଓ ସଦସ୍ୟା ମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଲାୟନ୍ସ କାଉନସିଲ ଅଫ ଇଣ୍ଡିଆର ଚେୟାରମେନ ଡା. ଭି. କେ. ଲାଡିଆ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସଦସ୍ୟ ମାନଙ୍କୁ ସମ୍ବୋଧନ କରିବା ସହିତ ପ୍ରେରଣାଦାୟୀ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମ ସକାଳ ୮ଟା ୩୦ରୁ ଆରମ୍ଭ ହୋଇ ରାତ୍ର ୮ଟା ପର୍ଯ୍ୟନ୍ତ ଜାରି ରହିଥିଲା। ଏହି ଅବସରରେ ବିଗତ ଦିନରେ ଡିଷ୍ଟ୍ରିକ୍ଟ ଗର୍ଭନର ପ୍ରବୀନ ଅଗ୍ରୱାଲ ତାଙ୍କର ନୂତନ ଟିମକୁ ଦାୟିତ୍ୱ ପ୍ରଦାନ ଓ ଶପଥ ପାଠ କରାଇଥିଲେ। କାର୍ଯ୍ୟକ୍ରମରେ ପ୍ରଥମ ଭାଇସ ଡିଷ୍ଟ୍ରିକ୍ଟ ଗର୍ଭନର ପ୍ରଦୀପ ବନସଲ, ଦ୍ୱିତୀୟ ଡିଷ୍ଟ୍ରିକ୍ଟ ଗର୍ଭନର ମମତା ଗୌତମ, ସିଦେ୍ଧଶ ଅଗ୍ରୱାଲ, ସଞ୍ଜୟ ଗୁପ୍ତା, ଗୋପାଳ ସାହା, ଦେବେନ୍ଦ୍ର କୁମାର ଲାଟ, ମନୋଜ ସିଂହାନିଆଁ ଙ୍କ ସମେତ ଶତାଧିକ ସଦସ୍ୟ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମରେ ବିଗତ ବର୍ଷ ଗୁଡିକରେ କ୍ଲବ ତରଫରୁ କରାଯାଇଥିବା କାର୍ଯ୍ୟ ଗୁଡିକର ଉପସ୍ଥାପନା ସହିତ ଆଗାମୀ ଦିନରେ ଆହୁରୀ କ୍ଲବକୁ ବୃଦ୍ଧି କରାଯିବ ଏବଂ ସମାଜ କଲ୍ୟାଣ କାର୍ଯ୍ୟ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏଥି ସହ ବିଗତ ଦିନ ଗୁଡିକରେ ସମାଜ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ କ୍ଲବ ପକ୍ଷରୁ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧନା ମଧ୍ୟ କରାଯାଇଥିଲା।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories