ନୀତା ଫୁଟୁବଲ ଏକାଡେମୀ ପରିସରରେ ଡି ଲାଇସେନ୍ସ ପାଇଁ ପରୀକ୍ଷା ଓ ପ୍ରଶିକ୍ଷଣ

ଗୁରୁଡ଼ିଝାଟିଆ: ସର୍ବ ଭାରତୀୟ ଫୁଟୁବଲ ମହାସଂଘ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଓ ଓଡ଼ିଶା ଫୁଟୁବଲ ଆସୋସଏସନର ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆଠଗଡ଼ ରାଧାଦାମୋଦରପୁର ସ୍ଥିତ ନୀତା ଫୁଟୁବଲ ଏକାଡେମୀ ପରିସରରେ ଡି ଲାଇସେନ୍ସ ପାଇଁ ପରୀକ୍ଷାର୍ଥୀଙ୍କ ପ୍ରଶିକ୍ଷଣ ଓ ଶିକ୍ଷା ପ୍ରଦାନ କରାଯାଉଛି। ଗତମାସ ୩୦ ତାରିଖ ଠାରୁ ଆରମ୍ଭ ହୋଇଥିବା ଶିକ୍ଷା ଓ ପ୍ରଶିକ୍ଷଣ ୩ ତାରିଖରେ ସମାପ୍ତ ହେବ। ଭାରତୀୟ ମହିଳା ଫୁଟୁବଲ ଦଳର ପ୍ରାକ୍ତନ ଅଧିନାୟକ କୁନ୍ତଳା ଘୋଷ ଓ ଫାଓର ସଂଯୋଜକ ପ୍ରଦୀପ କୁମାର ରାଉତଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପ୍ରଶିକ୍ଷଣ ଓ ଶିକ୍ଷା ଅନୁଷ୍ଠିତ ହେଉଛି। ପ୍ରକାଶଯୋଗ୍ୟ ରାଧାଦାମୋଦରପୁର ସ୍ଥିତ ଧବଳେଶ୍ୱର ପଲି ଟେକନିକ୍ ପରିସରରେ ନୀତା ଫୁଟୁବଲ ଏକାଡେମୀ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ଫୁଟୁବଲ ପାଇଁ ଡି ଲାଇସେନ୍ସ ପ୍ରଶିକ୍ଷଣ ଓ ଶିକ୍ଷା ପୂର୍ବରୁ ଅନୁଷ୍ଠିତ ହୋଇଯାଇଛି।
Comments are closed.