ସମାଜ ପ୍ରଭାବ, ଅସହାୟ ୪ ଶିଶୁଙ୍କୁ ଥଇଥାନ କରିବ ବ୍ଲକ ପ୍ରଶାସନ

ପାଟଣା: ଦୈନିକ ଖବରକାଗଜ ସମାଜରେ ‘ବାପା ମା ଚାଲିଗଲେ ୪ ଶିଶୁ ଅସହାୟ’ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ଏହି ଖବରଟିକୁ ସାମାଜିକ କର୍ମୀ ଇଂ ବିନୋଦ ବିହାରୀ ନାଏକ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର, ୫-ଟି ସଚିବ ଓ ଜିଲ୍ଲା ପ୍ରଶାସନକୁ ଟ୍ୱିଟ କରିଥିଲେ। ପାଟଣା ବିଡ଼ିଓ ଶିବଶଙ୍କର ମୁର୍ମୁଙ୍କ ନିର୍ଦ୍ଦେଶ କ୍ରମେ ଟାଙ୍ଗରପଡା ଗ୍ରାମ ରୋଜଗାର ସେବକ ସ୍ବଦେଶ କୁମାର ସାହୁ ଏହି ୪ ଅସହାୟ ଶିଶୁଙ୍କୁ ସ୍ଥାନୀୟ ସରପଞ୍ଚ ଅନିରୁଦ୍ଧ ନାଏକଙ୍କ ସହ ଭେଟିଛନ୍ତି। ଏହି ୪ ଶିଶୁଙ୍କ ମଧ୍ୟରୁ ପାଠ ପଢିବା ଯୋଗ୍ୟ ୩ ଶିଶୁଙ୍କୁ ଶୁଦ୍ଧିକ୍ରିୟା ପରେ ଆବାସିକ ବିଦ୍ୟାଳୟରେ ରଖାଯାଇ ପାଠ ପଢ଼ାଯିବ ବୋଲି ବିଡ଼ିଓ ଶ୍ରୀ ମୁର୍ମୁ କହିଛନ୍ତି। ହରିଶ୍ଚନ୍ଦ୍ର ଯୋଜନାରେ ଶୁଦ୍ଧି କ୍ରିୟା ପାଇଁ ୩ ହଜାର ଟଙ୍କା ସହ ପଡିକାର୍ଡ ଚାଉଳ ବାଦ ଅତିରିକ୍ତ ୨୦ କେଜି ଚାଉଳ ଦିଆଯାଇଛି। ସେହିପରି ଶିଶୁ ସୁରକ୍ଷା କମିଟି ପକ୍ଷରୁ ମଧ୍ୟ ନିୟମାନୁଯାୟୀ ଏହି ଶିଶୁ ମାନଙ୍କୁ ସହାୟତା ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି।
Comments are closed.