ବିଦ୍ୟୁତ୍‌‌ ତାର ଚୋରୀ, ୩ ଅଭିଯୁକ୍ତ କୋର୍ଟ ଚାଲାଣ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା କତରବଗା ଥାନା ଅନ୍ତର୍ଗତ ଗୋଲାମାଲ ଗ୍ରାମର ଏକ ଗଭିର ନଳକୂପରୁ ତାର କାଟି ଚୋରି କରିଥିବା ଅଭିଯୋଗରେ କତରବଗା ପୁଲିସ ୩ ଜଣ ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ମାନଙ୍କ ଠାରୁ ଚୋରି ହୋଇଥିବା ବିଦ୍ୟୁତ୍‌‌ ତାର ଏବଂ ଏକ ଟେମ୍ପୋ ଜବତ କରାଯିବା ସହିତ ତାର କାଟିବା ପାଇଁ ବ୍ୟବହାର କରାଯାଇଥିବା ଏକ ଟାଙ୍ଗିଆ ଜବତ କରାଯାଇଛି। ଗତ ୧୪ ତାରିଖ ଶୁକ୍ରବାର ରାତିରେ ଗୋଲାମାଲ ଗ୍ରାମର ଅଶ୍ୱିନି କୁମାର ସାହୁ ତାଙ୍କ ଚାଷ ଜମିରେ ଖନନ କରି ଥିବା ଗଭୀର ନଳକୂପକୁ ସଂଯୋଗ କରୁଥିବା ପ୍ରାୟ ୧୬୦ ମିଟର ବିଦ୍ୟୁତ୍‌‌ ତାର କାଟି ନେଇ ଦୁର୍ବୃତ୍ତ ମାନେ ଫେରାର୍‌‌ ମାରିଥିଲେ। ଏ ସଂକ୍ରାନ୍ତରେ ଶ୍ରୀ ସାହୁ ୧୬ ତାରିଖ ରବିବାର ଦିନ କତରବଗା ଥାନାରେ ଅଭିଯୋଗ କଲା ପରେ ପୁଲିସ ଏହାର ତନାଘନା କରି ଏଥିରେ ସଂପୃକ୍ତ ଥିବା ୩ଜଣ ଅଭିଯୁକ୍ତ ଗୋଲାମାଲର ଟିଙ୍କୁ ସାହୁ (୨୩) ଲୁଧାପାଲିର ଦୀନବନ୍ଧୁ ମୁଣ୍ଡା ଓରଫ୍‌‌ ବାବୁଲୁ (୨୮) ଏବଂ ପଧାନପାଲି ଗୋଲାମାଲର ମିଥୁନ ଧୁରୁଆ (୨୨)କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

Comments are closed.