ବିଦ୍ୟାଳୟ ରାସ୍ତାରେ ଆଣ୍ଠିଏ କାଦୁଅ, ଅସୁବିଧାରେ ଛାତ୍ରଛାତ୍ରୀ

ମ.ରାମପୁର: କଳାହାଣ୍ଡି ଜିଲ୍ଲାର ମ.ରାମପୁର ବ୍ଲକ ଅନ୍ତର୍ଗତ ଡମ୍ବ କର୍ଲାଖୁଣ୍ଟl ଗ୍ରାମପଞ୍ଚୟତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରାସ୍ତା ବର୍ଷା ହେଲେ ଆଣ୍ଠୁଏ କାଦୁଅ ହେଉଥିବାରୁ ସେହି ରାସ୍ତା ଦେଇ ଯାଉଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଭଲ ରାସ୍ତା ଖଣ୍ଡେ ପାଇଁ ପ୍ରଶାସନକୁ ବାରମ୍ବାର ଅଭିଯୋଗ କଲେ ସୁଦ୍ଧା କୈାଣସି ସୁଫଳ ମିଳୁନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ବର୍ଷା ହେଲେ ରାସ୍ତା କାଦୁଅ ହୋଇଯାଉଛି। ସେହି ରାସ୍ତା ଦେଇ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନୁଙ୍କୁ ବିଦ୍ୟାଳୟ ପରିସରକୁ ଯିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ବିଦ୍ୟାଳୟର ମୁଖ୍ୟ ରାସ୍ତାକୁ ତୁରନ୍ତ ଖଣ୍ଡେ ଭଲ ରାସ୍ତା କରିବା ପାଇଁ ପ୍ରଶାସନ ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।

Comments are closed.