bjd  ek lkhya koti banner

ସୂଚନା ଅଧିକାର କର୍ମୀଙ୍କୁ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ

mission shakti banner

ଫୁଲବାଣୀ: ଫୁଲବାଣୀ ପୌର ପରିଷଦରେ ନିମ୍ନମାନର କାମ ହେତୁ ନାରାୟଣୀ ପାର୍କ, ପିଅନପଡା ପୋଖରୀ ଭୁଷୁଡି ପଡିବା, ଅମୃତ ସରୋବର ଠକେଇ ହେବା, ଆଡିବନ୍ଧ ଭାଙ୍ଗି ଯିବା, ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ପିଚୁ ଉଠିଯିବା, ରାସ୍ତା କଡ ଡ୍ରେନ ଗାର୍ଡୱଲ ଭାଙ୍ଗିଯିବା, ନିମ୍ନମାନର କୋଠା ନିର୍ମାଣ, କମ ମୂଲ୍ୟର କାମକୁ ଅଧିକ ବିଲ କରିବା ଇତ୍ୟାଦି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏହାକୁ ସୂଚନା ଅଧିକାର କର୍ମୀ କାର୍ୟ୍ୟକାରୀ କରୁଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ସରକାର ଯତ୍ନବାନ ହେବାକୁ ଜୁଲାଇ ୧୫ତାରିଖରେ ରାଜ୍ୟ ବ୍ୟାପି ଆନ୍ଦୋଳନ କରି ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି। ସୂଚନା ଅଧିକାର କର୍ମୀଙ୍କୁ ସୁରକ୍ଷା ଦେବା ଓ ସୂଚନା ଅଧିକାର ଆଇନ କଡାକଡି ପ୍ରତି କାର୍ୟ୍ୟାଳୟରେ ପାଳନ କରିବାକୁ ଅନୁରୋଧ କରାଯାଇଛି। କନ୍ଧମାଳ ସୂଚନା ଅଧିକାର କର୍ମୀଙ୍କ ପକ୍ଷରୁ କନ୍ଧମାଳ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ସୂଚନା ଅଧିକାର କର୍ମୀ ଅଶୋକ ପରିଡାଙ୍କ ସହ ବଂଶୀଧର ପଣ୍ଡା ପ୍ରମୋଦ ସାହୁ, ପିତାମ୍ବର ମିଶ୍ର, ସୁବାଷ ବେହେରା, ମୁକେଶ ମଲିକ, ଚିକୁନ ମଲିକ, ବୁଦ୍ଧଦେବ ବେହେରା, ଲଳିତ କହଁର, ରାଜୁ ପାଢୀ, ରମେଶ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।

Comments are closed.