nua o banner

ବଜରଙ୍ଗ ଦଳର ପ୍ରାନ୍ତ ବୈଠକ

bjd gruha runa banner

ସମ୍ବଲପୁର: ବଜରଙ୍ଗ ଦଳ ଓଡ଼ିଶା ପଶ୍ଚିମ ପ୍ରାନ୍ତର ଏକ ବୈଠକ ସମ୍ବଲପୁର ଠାରେ ଆୟୋଜିତ ହୋଇଯାଇଛି। ସ୍ଥାନୀୟ କୁଞ୍ଜେଲପଡ଼ା ସ୍ଥିତ ସଂସ୍କୃତି ଭବନ ଠାରେ ଆୟୋଜିତ ଏହି ବୈଠକରେ ପ୍ରାନ୍ତ ସଂଯୋଜକ ଇଂ ସୁଧିର ରଞ୍ଜନ ବହିଦାର ଅଧ୍ୟକ୍ଷତା କରିଥିଲେ। ଅତିଥି ରୂପେ ବିଶ୍ୱ ହିନ୍ଦୁ ପରିଷଦର ପ୍ରାନ୍ତ ସଭାପତି (ପଶ୍ଚିମ) ଡା. ରାଜକୁମାର ବଡପଣ୍ଡା, ପ୍ରାନ୍ତ ସମ୍ପାଦକ ଭକ୍ତ ଚରଣ ସାହୁ, ସହ ସମ୍ପାଦକ ରାଜୀବ ଶତପଥୀ, ପ୍ରାନ୍ତ ସଙ୍ଗଠନ ସମ୍ପାଦକ ସତ୍ୟନାରାୟଣ ଥନାପତି ପ୍ରମୁଖ ଯୋଗ ଦେଇଥିଲେ। ବୈଠକରେ ଆଗାମୀ ସେପ୍ଟେମ୍ବର ୩୦ ତାରିଖରୁ ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ଜନ ଜାଗରଣ ଯାତ୍ରା କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା। ଏହି ଯାତ୍ରାରେ ମୋଟ ୫ଟି ରଥ ମାଲକାନଗିରି, ନୁଆପଡ଼ା, ବୌଦ୍ଧ, ବଣାଇଁ ଏବଂ ଦେବଗଡ଼ରୁ ବାହାରିବା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ସମସ୍ତ ରଥ ଆସି ଅକ୍ଟୋବର ୮ ତାରିଖରେ ସମ୍ବଲପୁର ଠାରେ ଏକତ୍ରିତ ହେବେ। ଏଥି ସହ ଆସନ୍ତା ଅଗଷ୍ଟ ୧୯ ତାରିଖରୁ ସମ୍ବଲପୁରରୁ ଜାମ୍ମୁ ତାୱି ରେଳଗାଡି ଯୋଗେ ବୁଢ଼ା ଅମରନାଥ ଯାତ୍ରାରେ ୧୦୦ ଜଣ ଭକ୍ତ ସାମିଲ ହେବେ ବୋଲି ସ୍ଥିରିକୃତ ହୋଇଥିଲା। ଏଥି ପାଇଁ ଇଚ୍ଛୁକ ଭକ୍ତ ମାନେ ସ୍ଥାନୀୟ ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟାଳୟରେ ଯୋଗାଯୋଗ କରିବାକୁ ବଜରଙ୍ଗ ଦଳ ପକ୍ଷରୁ ଅନୁରୋଧ କରାଯାଇଛି। ଏହି ବୈଠକରେ ୧୭ଟି ସାଙ୍ଗଠନିକ ଜିଲାରୁ ୩୫ ଜଣ ଜିଲା ସଂଯୋଜକ ଓ ସହ ସଂଯୋଜକ ମାନେ ଯୋଗ ଦେଇଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ରାମଚନ୍ଦ୍ର ନାଏକ, କିଶୋର ପଟେଲ, ଅଶ୍ୱିନୀ ମେହେର, ଅଶୋକ ବାରିକ, ପରମେଶ୍ୱର ପଟେଲ, ସୌମ୍ୟ ରଞ୍ଜନ ମିଶ୍ର ପ୍ରମୁଖ ସକ୍ରିୟ ଭୂମିକା ନିର୍ବାହ କରିଥିଲେ।

Comments are closed.