QNETIC – Mobile

ଶୁଖିଲା ପଡ଼ିଛି ଚାଷଜମି, କେନାଲରେ ନାହିଁ ପାଣି

ସାକ୍ଷୀଗୋପାଳ: ଜୁନ ମାସ ଶେଷ ହୋଉ ଜୁଲାଇ ଆରମ୍ଭ ହୋଇଗଲାଣି। କିନ୍ତୁ ଚାଷୀ ତାର ଜମିରେଏ ପର୍ଯ୍ୟନ୍ତ ପାଦ ଦେଇ ନାହଁ। ପରମ୍ପରା ଅନୁଯାୟୀ ଅକ୍ଷୟତୃତୀୟ ଠାରୁ ଚାଷୀ ତାର ଜମିରେ ବିହନ ବୁଣି ଅଖିମୁଠି ଅନୁକୂଳ କରିଥାଏ। କିନ୍ତୁ ଚଳିତ ବର୍ଷ ବିଳମ୍ବିତ ମୌସୁମୀ ପ୍ରବେଶ ସହ ସ୍ୱଳ୍ପ ବର୍ଷା ଯୋଗୁଁ ଚାଷୀମାନେ ନିଜ କ୍ଷେତକୁ ନଯାଇ ଚିନ୍ତାରେ ବସି ରହିଛନ୍ତି। ଏପଟେ କେନ୍ଦ୍ର ଓ ରାଜ୍ୟ ସରକାର କୃଷି କୃଷକର ଉନ୍ନତି ପାଇଁ କରୁଥିବା ସମସ୍ତ ଯୋଜନାର ସଠିକ କାର୍ଯ୍ୟ କାରୀ ନକରି କେବଳ ନିଜସ୍ୱ ପ୍ରଚାର କରୁଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରୁଛନ୍ତି। ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ସତ୍ୟବାଦୀ ବ୍ଲକରେ ଥିବା ଚାଷଜମି ମଧ୍ୟରୁ ପ୍ରାୟତଃ ୯୦ ପ୍ରତିଶତ ଜମିରେ ଏ ପର୍ଯ୍ୟନ୍ତ ଚାଷୀ ତାର ପ୍ରାରମ୍ଭିକ ଚାଷ କାର୍ଯ୍ୟ କରିନାହିଁ। ବ୍ଲକରେ ଥିବା ଚାଷ ଜମି କେବଳ ମୌସୁମୀ ବର୍ଷା ଉପରେ ନିର୍ଭର ନକରି କେନାଲ ପାଣି, ନିକଟସ୍ଥ ଜୋର, ପୋଖରୀ, ଲିଫ୍ଟ, ପ୍ରବାହିତ ନଦୀର ଜଳ ଉପରେ ନିର୍ଭର ଖରିଫ ଚାଷ ପାଇଁ ଜମିକୁ ହଳ କରି ସଫା ସୁତୁରା ରଖିବା ସହିତ ତଳି ପ୍ରସ୍ତୁତ କରି ରଖିଥାଏ। ଏହି ତଳି ମୌସୁମୀ ବର୍ଷା ଆରମ୍ଭ ହେଲେ ତାକୁ ନିଜ କ୍ଷେତରେ ରୋପଣ କରିଥାଏ। ମାତ୍ର ସତ୍ୟବାଦୀ ବ୍ଲକରେ ରହିଥିବା ୫୫ ପ୍ରତିଶତ ଚାଷ ଜମି କେନାଲ ପାଣି ଦ୍ୱାରା ଚାଷ କାର୍ଯ୍ୟ ହେଉଥିବା ସହ ସତ ପ୍ରତିଶତ ଚାଷୀ ଜଳକର ଦେଉଥିଲେ ମଧ୍ୟ ଅନେକ ସମୟରେ ଜଳସେଚନ ବିଭାଗ ଓ କୃଷି ବିଭାଗର ଖାମଖିଆଲି ମନୋଭାବ ଓ ଚାଷୀଙ୍କ ସହ ବିଭାଗୀୟ ଅଧିକାରୀଙ୍କ ସମନ୍ୱୟ ଅଭାଵ ସାଙ୍ଗକୁ କୃଷିକ୍ଷେତ୍ର ପରିଦର୍ଶନ ନକରି କେବଳ ସରକାରୀ ସ୍ତରରେ ପ୍ରଚାର ପ୍ରସାର କରି ଅଫିସରେ ରହୁଥିବାରୁ ଚାଷକାର୍ଯ୍ୟ ଓ ଚାଷୀଙ୍କ କ୍ଷେତ୍ରରେ ଏଭଳି ଗୁରୁତର ସମସ୍ୟା ସୃଷ୍ଟି ହେଉଛି ବୋଲି ସତ୍ୟବାଦୀର ଅନେକ ଚାଷୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ନୀଳାଚଳ କୃଷକ ମହାସଂଘର ସଭାପତି ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଆଇନଜୀବୀ ଗୋପୀନାଥ ମିଶ୍ର କୁହନ୍ତି ଆମେ ଅନେକ ସମୟରେ ଜିଲ୍ଲାରେ ଥିବା ଚାଷୀ ମାନଙ୍କ ସ୍ୱାର୍ଥକୁ ଆଖିରେ ରଖି ଆନ୍ଦୋଳନ କରୁଛୁ ଓ ପ୍ରତ୍ୟେକ ଆନ୍ଦୋଳନରେ ଜିଲ୍ଲାପାଳ ଜଳସେଚନ ବିଭାଗ ଓ କୃଷି ବିଭାଗର ଅଧିକାରୀ ମାନଙ୍କୁ କଡା ନିର୍ଦ୍ଦେଶ ଦେଇଥାନ୍ତି କୃଷକ ମାନଙ୍କ ସହ ସମନ୍ୱୟ ରଖି କାର୍ଯ୍ୟ କରିବା ପାଇଁ କିନ୍ତୁ ଜିଲ୍ଲାପାଳ ଓ ଉପସ୍ଥିତ ଅଧିକାରୀ ମାନେ ଦେଇଥିବା ଅଧିକାରୀଙ୍କୁ ସ୍ଥାନୀୟ ଅଧିକାରୀ ମାନେ ଭୃକ୍ଷେପ କରିନଥିବାରୁ ପ୍ରତିବର୍ଷ ଚାଷୀଙ୍କ ଚାଷ କାର୍ଯ୍ୟ ବିଭିନ୍ନ କାରଣରୁ ବାଧାପ୍ରାପ୍ତ ହେଉଛି।ଏପଟେ କେନାଲ ସଫେଇ, ସୁରକ୍ଷା ଓ ପାଣି ପାଞ୍ଚାୟତ ନାମରେ କୋଟି କୋଟି ଟଙ୍କାର ହେରଫେର ହେଉଥିବା ବେଳେ ଚାଷୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦିଆଯାଉନାହିଁ। ଏଥିପାଇଁ ଆମେ ନିଶ୍ଚିତ ଭାବେ ଆନ୍ଦୋଳନ କରିବୁ।

ଏ ସମ୍ପର୍କରେ ସତ୍ୟବାଦୀ ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେ କହିଲେ, ବର୍ତ୍ତମାନ କେନାଲରେ ଜଳ ଯୋଗାଣ ହୋଇ ପାରିବ ନାହିଁ। ମୁଣ୍ଡୁଳି ଠାରେ ପାଣି ହେଡ଼ କରିବାକୁ ପଡିବ। ପରେ ଜଳ ଯୋଗାଣ କରାଯିବ। ଆସନ୍ତା ୧୫ ତାରିଖ ସୁଦ୍ଧା କେନାଲରେ ଜଳ ଯୋଗାଣର ସମ୍ଭାବନା ରହିଅଛି।

Comments are closed.