www.samajalive.in
Sunday, December 7, 2025
23.1 C
Bhubaneswar

ଚାରବାଟିଆ ଜଗନ୍ନାଥ ମନ୍ଦିରରେ ବାହୁଡ଼ା ଯାତ୍ରା, ସୁନାବେଶରେ ଭିଡ଼

ଚୌଦ୍ୱାର: ଚାରବାଟିଆ ଶ୍ରୀ ଜଗନ୍ନାଥ ମନ୍ଦିରରେ ପବିତ୍ର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଗୁଣ୍ଠିଚା ମନ୍ଦିରରେ ନବଦିନ ବ୍ୟାପି ଅବସ୍ଥାନ ପରେ ଚତୁଦ୍ଧାମୂର୍ତ୍ତି ବୁଧବାର ଦିନ ରତ୍ନବେଦିକୁ ବାହୁଡ଼ିଥିଲେ। ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମା ସୁଭଦ୍ରାଙ୍କର ସମସ୍ତ ନୀତିକାନ୍ତି ଓ ଉପଚାର ପୂଜା ପରେ ଅପରାହ୍ଣରେ ଜୀଉ ମାନଙ୍କୁ ପହଣ୍ଡି କରିି ରଥାରୁଢ଼ କରାଯିବା ପରେ ଶ୍ରଦ୍ଧାଳୁମାନେ ଉତ୍ସାହର ସହିତ ରଥଟାଣି ମନ୍ଦିରକୁ ନେଇଥିଲେ। ମନ୍ଦିର ଟ୍ରଷ୍ଟର ମ୍ୟାନେଜିଂଟ୍ରଷ୍ଟି ଶୁଭେନ୍ଦୁ ସାମଲଙ୍କ ତତ୍ୱାବଧାନରେ ଟ୍ରଷ୍ଟ ବୋର୍ଡ଼ର ସଦସ୍ୟମାନେ ରଥଟଣା ଓ ପୂଜାବିଧି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପୂର୍ବତନ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ୱାଳ ରଥରେ ଛେରା ପହଁରା କରିଥିଲେ। ଗୁରୁବାର ଦିନ ଦିଅଁ ମାନଙ୍କ ସୁନାବେଶ ଦେଖିବାପାଇଁ ରଥ ପାଖରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଶ୍ରୀଗୁଣ୍ଡିଚା ମନ୍ଦିରରେ ନବଦିନ ବ୍ୟାପି ବିଭିନ୍ନ ସାଂସ୍କୃତି କାର୍ଯ୍ୟକ୍ରମ ସହିତ ସୁନାବେଶ ସଂଧ୍ୟାରେ ଭଜନ ସଂଧ୍ୟାର ଆୟୋଜନ କରାଯାଇଥିଲା। ଏହି ପବିତ୍ର ଯାତ୍ରାକୁ ଶୃଂଖଳାର ସହ ପାଳନ କରିଥିବାରୁ ଟ୍ରଷ୍ଟି ଶ୍ରୀ ସାମଲ ଓ ଟ୍ରଷ୍ଟର ସମସ୍ତ ସଦସ୍ୟ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି। ଚୌଦ୍ୱାର ମଙ୍ଗଳା ସାହି ଜଗନ୍ନାଥ ମନ୍ଦିର,ନବଗ୍ରହ ସାହି କପାଳେଶ୍ୱର, ଓଟିଏମ୍‌‌ କଲେନୀ,ବିଲ୍ଟ ବଜାରର ଜଗନ୍ନାଥ ମନ୍ଦିର ମାନଙ୍କରେ ବାହୁଡ଼ାଯାତ୍ରା ଓ ସୁନାବେଶ ଉତ୍ସବ ସମାରୋହରେ ଅନୁଷ୍ଠିତ ହୋଇଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories