www.samajalive.in
Sunday, December 7, 2025
18.1 C
Bhubaneswar

ଚୌଦ୍ୱାର ଇମ୍ଫାକୁ ବିଦ୍ୟୁତ୍‌‌ ନିରାପତ୍ତା ଉତ୍କର୍ଷତା ପୁରସ୍କାର

ଚୌଦ୍ୱାର: ଚୌଦ୍ୱାରସ୍ଥିତ ଇମ୍ଫା ଶିଳ୍ପକୁ ବିଦ୍ୟୁତ୍‌‌ ନିରାପତ୍ତା ଉତ୍କର୍ଷତା ପୁରସ୍କାର ପ୍ରଦାନ କରାଯାଇଛି। କାର୍ଯ୍ୟକ୍ଷେତ୍ରରେ ବିଦ୍ୟୁତ୍‌‌ ନିୟମାବଳୀର ସଠିକ୍‌‌ ପାଳନ ଓ ଉପଯୁକ୍ତ ରୂପାୟନ ପାଇଁ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ତରଫରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଚତୁର୍ଥ ଜାତୀୟ ବିଦ୍ୟୁତ୍‌‌ ନିରାପତ୍ତା ସପ୍ତାହ ପାଳନ ଅବସରରେ ଭୁବନେଶ୍ୱରରେ ଏହି ଉପଲକ୍ଷେ ଆୟୋଜିତ ସମାରୋହରେ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ଅତିଥି ଭାବେ ଯୋଗଦେଇ ଇମ୍ଫାର ଚୌଦ୍ୱାର ଶାଖାକୁ ଏହି ପୁରସ୍କାର ପ୍ରଦାନ କରିଥବା ଇମ୍ଫାର ଲୋକ ସମ୍ପର୍କ ଅଧିକାରୀ ଧ୍ରୁବ ଚରଣ ରାଉତ ସୂଚନା ଦେଇଛନ୍ତି। ଇମ୍ଫା ବରିଷ୍ଠ ଉପସଭାପତି ତଥା ଫେରୋ ଆଲଏଜ୍‌‌ ବ୍ୟବସାୟ ମୁଖ୍ୟ ଦୀପକ ମହାନ୍ତି ଏହି ପୁରସ୍କାର ଗ୍ରହଣ କରିଥିଲେ। ରାଜ୍ୟ ଶକ୍ତି ବିଭାଗ ଅତିରିକ୍ତ ସଚିବ ନିକୁଞ୍ଜ ବିହାରୀ ଧଳ ଓ ବିଦ୍ୟୁତ୍‌‌ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ସୁରେଶ ଚନ୍ଦ୍ର ମହାରଣା ଉତ୍ସବରେ ଅତିଥି ଭାବେ ଉପସ୍ଥିତ ଥିଲେ। କାର୍ଯ୍ୟ କ୍ଷେତ୍ରରେ ନିରାପତ୍ତାକୁ ଗୁରୁତ୍ୱ ଦେବା କ୍ଷେତ୍ରରେ ଇମ୍ଫା ଅଙ୍ଗିକାରବଦ୍ଧ ବୋଲି ଭିପି ଶ୍ରୀ ମହାନ୍ତି ସୂଚନାଦେଇ ଶକ୍ତି ସମ୍ପର୍କିତ ନିରାପଦ କାର୍ଯ୍ୟକ୍ଷେତ୍ର ପ୍ରସ୍ତୁତି ଉପରେ ଇମ୍ଫା ସର୍ବଦା ଗୁରୁତ୍ୱ ଦେଉଛି ବୋଲି ପ୍ରକାଶ କରିଛନ୍ତି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories