ହର୍ଷୋଉଲ୍ଲାସରେ ପାଳିତ ହେଲା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାହୁଡା ରଥଯାତ୍ରା

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାହୁଡା ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ଏଥିପାଇଁ କି ଗାଁ କି ସହର ହୋଇଉଠିଥିଲା ଉତ୍ସବ ମୁଖର। ଲାଞ୍ଜିଗଡ ବ୍ଲକର ଲାଞ୍ଜିଗଡ଼, ଲାଞ୍ଜିଗଡ ରୋଡ, ମୁଷାନାଳ, ରାମଚନ୍ଦ୍ରପୁର ଓ ଗନ୍ଧରବାରୁଠାରେ ବାହୁଡା ରଥ ଯାତ୍ରା ହର୍ଷୋଲ୍ଲାସର ସହିତ ପାଳିତ ହୋଇଯାଇଛି।ଲାଞ୍ଜିଗଡସ୍ଥିତ ଶ୍ରୀ ଜଗନ୍ନାଥଙ୍କ ମାଉସୀମା ମନ୍ଦିରରେ ପ୍ରଭୁଙ୍କ ସମସ୍ତ ନୀତିକାନ୍ତି ପରେ ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ରଥକୁ ଟାଣିଟାଣି ନିଜ ମନ୍ଦିରକୁ ନେଇ ଯାଇଥିବା ବେଳେ ଅପରାହ୍ନରେ ଶ୍ରୀଜୀଉଙ୍କ ରଥଟଣା ଅନୁଷ୍ଠିତ ହୋଇଥିଲା।
Comments are closed.