ଶିଶୁ ସଦନରେ ସ୍ୱାସ୍ଥ୍ୟସେବା ଶିବିର

ଚୌଦ୍ୱାର: ସେବା ଓ ସେବକ ସପ୍ତାହ ପାଳନ ଅବସରରେ ଚୌଦ୍ୱାର ‘ସମାଜ’ ପାଠକ ମଞ୍ଚ ତରଫରୁ ସ୍ଥାନୀୟ ଶିଶୁ ସଦନରେ ଏକ ସ୍ୱସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇ ଯାଇଛି। ସାମ୍ବାଦିକ ରମେଶ ଚନ୍ଦ୍ର ସାମଲଙ୍କ ସଂଯୋଜନାରେ ଆୟୋଜିତ ଏହି ଶିବିରକୁ ମଞ୍ଚର ସଭାପତି ତଥା ହିନ୍ଦ୍ ସେବକ ସଂଘ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାମୋଦର ସାହୁ ଉଦ୍ଘାଟନ କରିଥିଲେ। ଚୌଦ୍ୱାର ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡା. ରବୀନ୍ଦ୍ର କୁମାର ମହାପାତ୍ର ଓ ଟାଙ୍ଗୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଡା. ସସ୍ମିତା ବେହେରା ଶିଶୁ ସଦନର ପିଲା, କର୍ମୀ ଓ ସ୍ଥାନୀୟ ନାଗରିକଙ୍କୁ ମିଶାଇ ମୋଟ ୧୬୨ ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଫାର୍ମାସିଷ୍ଟ ଯଶୋଦା ମହନ୍ତ ଓ ଶିଶୁସଦନର ସ୍ୱାସ୍ଥ୍ୟ ସହାୟକ ଗୌତମ ବାରିକ କାର୍ଯ୍ୟରେ ସହାୟତା କରିବା ସହିତ ରୋଗୀ ମାନଙ୍କୁ େଓøଷଧ ବିତରଣ କରିଥିଲେ।ହିନ୍ଦ୍ ଦେବକ ସଂଘର ଆଜୀବନ ସଦସ୍ୟ ଗଙ୍ଗାଧର ସାହୁ, ଶିକ୍ଷାବିତ୍ ଶିବ ପ୍ରସାଦ ପତି, ମଞ୍ଚର ବରିଷ୍ଠ ସଦସ୍ୟ ସୌରେନ୍ଦ୍ର ପଣ୍ଡା, କାଉନସିଲର ଆଶୁତୋଷ ଦାସ, ସାମ୍ବାଦିକ ପ୍ରକାଶ କୁମାର ନାୟକ, ସୁଧାକର ସାମନ୍ତରାୟ, ଅଶୋକ କୁମାର ଦାସ, ବିଶ୍ୱଜିତ ଭଞ୍ଜ, ସୁରଶ୍ରୀ ସୁଧାଂଶୁ ଶେଖର ସାହୁ, ସୀମାନ୍ତ ନାୟକ, ପ୍ରଦୀପ କୁମାର ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପରେଶ ରଞ୍ଜନ ଓଝା, ଦୂର୍ଗେଶ ନାୟକ, ମନୋରଞ୍ଜନ ପାଲ, ଦେବୀଦତ୍ତା ସାହୁ, ମଧୁସ୍ମିତା ମଲ୍ଲ, ସସ୍ମିତା ବେହେରା, ଅମ୍ରିତା ଦାସ, ଅଲେଖ ଚନ୍ଦ୍ର ମଲ୍ଲିକ, ଦେବେନ୍ଦ୍ର ପାତ୍ରଙ୍କ ସମେତ ଶିଶୁସଦନର ସମସ୍ତ କର୍ମୀ ଶିବିର ପରିଚାଳନା କରିଥିଲେ।
Comments are closed.