ଝାରସୁଗୁଡା: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ହାଲଦିଆ ଡକ୍ କମ୍ପ୍ଲେକ୍ସ ଜରିଆରେ କୋଡିଏ ଫୁଟ ସମାନ୍ତରାଳ ୟୁନିଟ୍ (ଟିଇୟୁ)ରେ ସର୍ବାଧିକ କଣ୍ଟେନେରାଇଜଡ୍ କାର୍ଗୋ ରପ୍ତାନିକାରୀ ଭାବରେ ମାନ୍ୟତା ପାଇଛି। ପୂର୍ବରୁ କୋଲକାତା ବନ୍ଦର ଟ୍ରଷ୍ଟ ଭାବେ ପରିଚିତ ଶ୍ୟାମା ପ୍ରସାଦ ମୁଖାର୍ଜୀ ବନ୍ଦର ପକ୍ଷରୁ କମ୍ପାନୀକୁ ଏହି ମାନ୍ୟତା ମିଳିଛି। ୨୦୨୨-୨୩ ବର୍ଷ ପାଇଁ ନିକଟରେ କୋଲକାତାରେ ଅନୁଷ୍ଠିତ ଏକ ବାଣିଜ୍ୟ ସମାରୋହରେ ବନ୍ଦର, ଜାହାଜ ଏବଂ ଜଳପଥ ମନ୍ତ୍ରଣାଳୟର ମନ୍ତ୍ରୀ ଶାନ୍ତନୁ ଠାକୁର ଏହି ସଫଳତା ପାଇଁ କମ୍ପାନୀକୁ ପୁରସ୍କାର ପ୍ରଦାନ କରିଥିଲେ। ଲଜିଷ୍ଟିକ୍ସ, କାର୍ଗୋ ହ୍ୟାଣ୍ଡଲିଂ, ମଲ୍ଟି-ମୋଡାଲ୍ ଦକ୍ଷତା ଏବଂ ବନ୍ଦର ସହିତ ବ୍ୟାପକ ସଂଯୋଗ, କ୍ଷେତ୍ରରେ ଝାରସୁଗୁଡା ବେଦାନ୍ତ ଆଲୁମିନିୟମ୍ ଅତୁଳନୀୟ ଦକ୍ଷତା ପ୍ରଦର୍ଶନ କରି ଆର୍ଥିକ ବର୍ଷ ୨୦୨୩ରେ ବିଶ୍ୱର ୩୦ ରୁ ଅଧିକ ଦେଶ ଏବଂ ୫୦ଟି ବନ୍ଦରକୁ ୧.୪ ଲକ୍ଷ ଟନରୁ ଅଧିକ କଣ୍ଟେନେରାଇଜଡ୍ କାର୍ଗୋଜ୍ ୬୧୦୦ ଟିଇୟୁଏସକୁ ସଫଳତାର ସହ ପଠାଇଥିବା ହେତୁ ଏହି ପୁରସ୍କାର ମିଳିଛି ବୋଲି କମ୍ପାନୀ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି। କମ୍ପାନୀର ଅଭିମୁଖ୍ୟ ‘ମେକ୍ ଇନ୍ ଇଣ୍ଡିଆ ଫର୍ ୱାର୍ଲ୍ଡ’ ଦିଗରେ କମ୍ପାନୀ ବିଶ୍ୱସ୍ତରରେ ଭାରତର ଉତ୍ପାଦନ କ୍ଷମତାର ଧ୍ବଜାବାହକ ସାଜିଛି ବୋଲି କୁହାଯାଇଛି। ଏହି କୀର୍ତିମାନ ମାଧ୍ୟମରେ ବେଦାନ୍ତ ଆଲୁମିନିୟମ ଭାରତର ରପ୍ତାନୀ କ୍ଷମତାକୁ ବଢାଇବା ଏବଂ ମୂଲ୍ୟବାନ ବିଶ୍ୱସ୍ତରୀୟ ସହଭାଗିତାକୁ ବୃଦ୍ଧି କରିବା ପାଇଁ ନିଜର ଦକ୍ଷତା ପ୍ରଦର୍ଶନ କରିଛି । କମ୍ପାନୀର ଏହି ପ୍ରୟାସ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଦିଗରେ ଲଜିଷ୍ଟିକ୍ସ ଏବଂ କନେକ୍ଟିଭିଟି ଭତ୍ତିଭୂମିକୁ ମଜବୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ଗତି ଶକ୍ତି ଭଳି ଜାତୀୟ ପଦକ୍ଷେପ ସହିତ ସମାନ ଅଟେ । ଏହି ପୁରସ୍କାର ବେଦାନ୍ତ ଲିମିଟେଡ୍, ଝାରସୁଗୁଡା ଏବଂ ପୂର୍ବ ଭାରତରେ ଶିଳ୍ପ ଅଭିବୃଦ୍ଧି ତଥା ବିକାଶରେ ଶ୍ୟାମା ପ୍ରସାଦ ମୁଖାର୍ଜୀ ବନ୍ଦର ସହ ମିଳିତ ପ୍ରୟାସକୁ ସ୍ୱୀକୃତି ପ୍ରଦାନ କରେ ବୋଲି କୁହାଯାଇଛି।
ଏହି ସମ୍ମାନଜନକ ପୁରସ୍କାରକୁ ନେଇ ନିଜର ଖୁସି ବ୍ୟକ୍ତ କରି ଝାରସୁଗୁଡା ବେଦାନ୍ତ ଲିମିଟେଡ ସିଇଓ ସୁନୀଲ ଗୁପ୍ତା କହିଛନ୍ତି ଯେ “ବେଦାନ୍ତ ଆଲୁମିନିୟମ ଆମ ଦେଶର ଉତ୍ପାଦନ ଶକ୍ତିର ରାଷ୍ଟ୍ର ନିର୍ମାଣକାରୀ ତଥା ଧ୍ବଜାବାହକ ରୂପେ ଏହାର ଭୂମିକାକୁ ସ୍ୱୀକୃତି ମିଳିଛି । ସର୍ବୋଚ୍ଚ ଗୁଣବତ୍ତା, ନବସୃଜନ ଏବଂ ବିଶ୍ୱସ୍ତରୀୟ ଗ୍ରାହକ ସନ୍ତୋଷର ଫଳସ୍ବରୂପ ଏହି ପୁରସ୍କାର ମିଳିଛି। ଉତ୍କର୍ଷତା ପାଇଁ ଆମର ନିରନ୍ତର ପ୍ରୟାସର ଏକ ଅଂଶ ଭାବରେ, ଆମେ ଆମର ରପ୍ତାନି କ୍ଷମତାକୁ ବିସ୍ତାର କରି ଭାରତୀୟ ଅର୍ଥନୀତିର ଅଭିବୃଦ୍ଧିରେ ସହଯୋଗ କରିବାକୁ ଧ୍ୟାନ ଦେଉଛୁ । ଆଗାମୀ ବର୍ଷରେ ଆମେ ନୂତନ ମାନଦଣ୍ଡ ସ୍ଥିର କରିବାକୁ ଅପେକ୍ଷା କରିଛୁ ବୋଲି ଶ୍ରୀ ଗୁପ୍ତା ପ୍ରକାଶ କରିଛନ୍ତି। ସର୍ବଭାରତୀୟ ସ୍ତରରେ ଶିଳ୍ପରେ ଆଲୁମିନିୟମ୍ ଉତ୍ପାଦଗୁଡିକର ଏକ ବ୍ୟାପକ ସୀମା ପ୍ରଦାନ କରି ବେଦାନ୍ତ ଆଲୁମିନିୟମ୍ ଭାରତ ସମେତ ୫୦ରୁ ଅଧିକ ଦେଶରେ ଗ୍ରାହକଙ୍କ ଆବଶ୍ୟକତାକୁ ପୂରଣ କରେ। ଏହାର ଉତ୍ପାଦଗୁଡିକ ଏରୋସ୍ପେସ୍, ନିର୍ମାଣ ଏବଂ ପରିବହନ ଇଲେକ୍ଟ୍ରିକ୍ ଯାନ, ନବୀକରଣ ଯୋଗ୍ୟ ଏବଂ ବ୍ୟାଟେରୀ ଟେକ୍ନୋଲୋଜି ଠାରୁ ଆରମ୍ଭ କରି ଅନେକ ଜଟିଳ ତଥା ଉଦୀୟମାନ ଶିଳ୍ପରେ ଉଚ୍ଚ-ପ୍ରୟୋଗଗୁଡିକ ବ୍ୟବହାର କରାଯାଇଛି ବୋଲି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି।



