ବଜରଙ୍ଗ ଦଳ ତରଫରୁ ବିଶ୍ୱ ଯୋଗ ଦିବସ ପାଳିତ

ସମ୍ବଲପୁର: ସମ୍ବଲପୁରର ଜିଲାସ୍କୁଲ ଛକରେ ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ବଜରଙ୍ଗ ଦଳ ପକ୍ଷରୁ ଆର୍ନ୍ତଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ବୁଧବାର ସକାଳ ୬ଟାରେ ବଜରଙ୍ଗ ଦଳର ପ୍ରାନ୍ତ ସଂଯୋଜକ ଇଂ ସୁଧିର ରଞ୍ଜନ ବହିଦାର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଯୋଗର ଆବଶ୍ୟକତା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ୧ ଘଣ୍ଟା ଧରି ବିଭିନ୍ନ ପ୍ରକାରର ଯୋଗ ଓ ପ୍ରାଣାୟାମ ଅଭ୍ୟାସ ବଜରଙ୍ଗ ଦଳର କର୍ମୀ ମାନଙ୍କ ଦ୍ୱାରା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆଦିତ୍ୟ ପୁରୋହିତ, ବିଶ୍ୱଜିତ ବାରିକ, କିଶୋର ପ୍ରଧାନ, ଦୀପକ ଦାହାରେ, ସୁଶୀଲ ମହାରଣା, ପ୍ରମୋଦ ଛନ୍ଦ, ଅଜୟ ଡାଳୁଅ, ଶିବ ନାୟକ, ସୁରଜ ସତନାମୀ, ରାଜା ରୋହିଦାସ, ଜାଗେଶ୍ୱର ବେହେରା ଙ୍କ ସମେତ ଅନେକ କର୍ମୀ ଉପସ୍ଥିତ ରହିଥିଲେ। ଶେଷରେ ବିଶ୍ୱଜିତ ବାରିକ ଶାନ୍ତିପାଠ କରି କାର୍ଯ୍ୟକ୍ରମକୁ ସମାପନ କରିଥିଲେ।
Comments are closed.