ସାମ୍ବାଦିକଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଜିଲ୍ଲା ରାଇକିଆର ଯୁବ ସାମ୍ବାଦିକ କୁନାଲ ବେହେରାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଧାରଣ ଲୋକଙ୍କ ବିଭିନ୍ନ ସମସ୍ୟାକୁ ତୃଣମୂଳ ସ୍ତରରୁ ଖବର ପରିବେଷଣ କରି ଲୋକଙ୍କ ମନରେ ସ୍ବତନ୍ତ୍ର ସ୍ଥାନ ଅର୍ଜନ କରିଥିବା କୁନାଲ ବେହେରାଙ୍କ ଗତ ୧୭ ତାରିଖ ଦିନ ହୃଦଘାତରେ ଅକାଳ ବିୟୋଗ ଘଟିଥିଲା। ଶନିବାର ଶୁଦ୍ଧି କାର୍ଯ୍ୟକ୍ରମ ଅବସରରେ ଓୟୁଜେ କନ୍ଧମାଳ ଶାଖା ତରଫରୁ ସଭାପତି ଅଶୋକ ମହାନ୍ତି, ସମ୍ପାଦକ ଅସିତ ବେହେରା, କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ ବେହେରା, ଆଇନ ପରାମର୍ଶ ଦାତା ଆଦିତ୍ୟ ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ଶୋକ ସନ୍ତପ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହଯୋଗ ମଧ୍ୟ କରାଯାଇଥିଲା। ଏହି ଅବସରରେ ସଂଘର ସଦସ୍ୟ ମାନଙ୍କ ମଧ୍ୟରେ ଉତ୍ତମ ଖମାରୀ, ଅଜିତ ନାୟକ, ଆଦିତ୍ୟ ପାଢ଼ୀ, ପ୍ରଦିପ ବେହେରାଙ୍କ ସମେତ ଅନ୍ୟ ସଦସ୍ୟ ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଓଡ଼ିଶା ୟୁନିଅନ ଅଫ ଜର୍ଣାଲିଷ୍ଟର ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ଏବଂ ସାଧାରଣ ସମ୍ପାଦକ ଅଶୋକ ନନ୍ଦ ଗଭୀର ଶୋକ ପ୍ରକାଶ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

Comments are closed.