ତିଗିରିଆ: କାଳ ବୈଶାଖୀ ଜନିତ ଅସରାଏ ବର୍ଷାରେ ଉଛୁଲିଲା ନର୍ଦ୍ଦମା ଜଳ। ସାହିଗଳି ରାସ୍ତାରେ ଆଣ୍ଠୁଆଣୀ ଆବର୍ଜନା ଜଳ ଲହଡ଼ି ଭାଙ୍ଗି ଘର ମୁହାଁ ହେଲା। ଲୋକେ ବର୍ଷା ବେଳେ ଏଭଳି ଦୁର୍ଦଶାର ସମ୍ମୁଖୀନ ହୋଇ ଆସୁଛନ୍ତି। ଏଭଳି ଦୃଶ୍ୟ ହସ୍ତତନ୍ତ ପ୍ରସିଦ୍ଧ ନୂଆପାଟଣା ମଝିସାହିରେ ଶୁକ୍ରବାର ଅପରାହ୍ନରେ ଦେଖିବାକୁ ମିଳିଥିଲା। ଗତକାଲି ହଠାତ୍ କାଳ ବୈଶାଖୀ ପ୍ରଭାବରେ ବର୍ଷା ହୋଇଥିଲା। ଫଳରେ ସାହିରେ ଆଣ୍ଡୁଏ ଉଚ୍ଚ ପାଣି ଲହଡ଼ି ମାରିଥିଲା। ଲୋକେ ବର୍ଷାରେ ପରିସ୍ଥିତି ଅସମ୍ଭାଳ ହେବାରୁ ନିଜେ ଜଳ ନିଷ୍କାସନରେ ଲାଗିପଡ଼ିଥିଲେ। ଡେନ୍ ବିଭିନ୍ନ ପ୍ରକାରର ଅଳିଆ ଆବର୍ଜନରେ ପୋତି ହୋଇଯିବା ଫଳରେ ଜଳ ନିଷ୍କାସନରେ ବାଧା ଉପୁଜିଥିବା ଜଣାପଡିଛି। ଡ୍ରେନର ଦୁଷିତ ପାଣିରେ ରହୁଥିବା ପୋକଯୋକ ସବୁ ଘରେ ପଶୁଥିବା ଲୋକେ ଅଭିଯୋଗ କରିଛନ୍ତି।
Popular Categories



