ଗୋପାଳପୁର: ରଙ୍ଗେଇଲୁଣ୍ଡା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ବ୍ଲକ କଂଗ୍ରେସ ସଭାପତି ଡ଼ବ୍ଲ୍ୟୁ.ବାଲକୃଷ୍ଣ।ଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀ ରଙ୍ଗେଇଲୁଣ୍ଡା ବ୍ଲକ ପରିସରରେ ପହଞ୍ଚି ବ୍ଲକ ବିଡ଼ିଓ ବିଶ୍ୱଜିତ ରାୟଙ୍କୁ ସମିତି ବୈଠକ ଅନୁଷ୍ଠିତ ହେଉନଥିବା ପ୍ରତିବାଦରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଦୀର୍ଘ ୧ ବର୍ଷରୁ ଉର୍ଦ୍ଧ୍ବ ସମୟ ଅତିବାହିତ ହୋଇଯାଇଥିଲେ ମଧ୍ୟ ରଙ୍ଗେଇଲୁଣ୍ଡା ବ୍ଳକ ପ୍ରଶାସନ ପକ୍ଷରୁ ସମିତି ବୈଠକ ଅନୁଷ୍ଠିତ ହୋଇନଥିବା ବେଳେ କୌଣସି ପ୍ରକାର ଉନ୍ନତିମୂଳକ କାର୍ଯ୍ୟ ହୋଇ ପାରୁନାହିଁ। ଆଗାମୀ ଦିନରେ ତୁରନ୍ତ ସମିତି ବୈଠକ ଡ଼ାକି ପଞ୍ଚାୟତ ସ୍ତରରେ ହେବାକୁ ଥିବା ସମସ୍ତ ଉନ୍ନତମୂଳକ କାର୍ଯ୍ୟକ୍ରମ ଏବଂ ସରକାରୀ ଯୋଜନା ସଠିକ୍ ଭାବେ ତ୍ବରାନ୍ବିତ କରିବାପାଇଁ ଦାବୀ କରିଥିଲେ। ବ୍ଲକ ପରିସରରେ କଂଗ୍ରେସ କର୍ମୀ ମାନେ ଦୀର୍ଘ ସମୟ ଧରି କାର୍ଯାଳୟକୁ ଘେରାଉ କରିଥିଲେ। ପ୍ରତି ଚାରି ମାସକୁ ପଂଚାୟତ ସମିତି ବୈଠକ ଡାକିବା ଆଇନରେ ବାଧ୍ୟତାମୂଳକ ଥିଲେ ମଧ୍ୟ ସରକାରୀ ଅଧିକାରୀ ମାନେ ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତି ଦ୍ବାରା ପରିଚାଳିତ ହୋଇ ବୈଠକ ଡାକୁନାହାନ୍ତି ବୋଲି ବ୍ଳକ କଂଗ୍ରେସ ସଭାପତି ବାଲକ୍ରିଷ୍ଣା ଅଭିଯୋଗ କରିଛନ୍ତି।
Popular Categories



