କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ସ୍ଥିତ ଶିକରପାଇ ଗ୍ରାମ ଗୌଡ଼ ସାହି ଗୋଷ୍ଠୀ ଗୃହରେ ଷୋହଳ ଖଣ୍ଡ ଗୌଡ଼ ସମାଜର ବରିଷ୍ଠ ଦାଶରଥି ନାୟକଙ୍କ ସଭାପତିତ୍ୱରେ କଲ୍ୟାଣସିଂହପୁର ବ୍ଲକସ୍ତରୀୟ ନୂତନ କର୍ମକର୍ତା ଚୟନ କମିଟି ଗଠନ କରାଯାଇଛି। ଉକ୍ତ ନୂତନ ଗଠିତ ଷୋହଳ ଖଣ୍ଡ ଗୌଡ଼ ସମାଜ ବୈଠକରେ ନଅ ଜଣିଆ କମିଟି ଗଠନ କରାଯାଇଛି। ବୈଠକରେ ସଭାପତି ବ୍ରଜ ବଲ୍ଲବ ନାୟକ, ଉପସଭାପତି ବିଜୟ ନାୟକ, ସମ୍ପାଦକ ମନୋଜ ନାୟକ, କୋଷାଧ୍ୟକ୍ଷ ପ୍ରସାଦ ଗୌଡ଼, ସଂଯୋଜକ ପ୍ରକାଶ ନାୟକ ଏବଂ ସଦସ୍ୟ ରୂପେ କିଶୋର ଗୌଡ଼, ବିଦ୍ୟାଧର ଗୌଡ଼, ଚିତ୍ତରଞ୍ଜନ ନାୟକ, ବିଜୟ ଗୌଡ଼, ଡମ୍ବରୁଧର ଗୌଡ଼ଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଛି।
Popular Categories



