ଘଣ୍ଟିଖାଲରେ ମାଗଣା ସ୍ୱାସ୍ଥ୍ୟସେବା ଶିବିର

ଗୁରୁଡ଼ିଝାଟିଆ: ଘଣ୍ଟିଖାଲସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ (ଶ୍ରୀ ସିମେଣ୍ଟ) କାରଖାନା ପକ୍ଷରୁ ଗୋପବନ୍ଧୁ ଆୟୁର୍ବିଜ୍ଞାନ ଗବେଷଣା ପ୍ରତିଷ୍ଠାନ ଓ ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ମିଳିତ ସହଯୋଗରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରତିନିଧି ତଥା ଜିଲ୍ଲାପରିଷଦ ସଦସ୍ୟ ବଳଭଦ୍ର ବାଘ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସ୍ୱାସ୍ଥ୍ୟସେବା ଶିବିରକୁ ଉଦଘାଟନ କରିବା ସହ କାରଖାନା କର୍ତ୍ତୃପକ୍ଷଙ୍କ ପାରିପାର୍ଶ୍ବିକ ଉନ୍ନୟନ ମାଧ୍ୟମରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ସ୍ୱାସ୍ଥ୍ୟସେବାରେ ଉନ୍ନତି ଓ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ପ୍ରଶଂସନୀୟ ବୋଲି କହିଥିଲେ।

prayash

ଓଡ଼ିଶା ସିମେଣ୍ଟ ପ୍ଲାଣ୍ଟର ୟୁନିଟ ମୁଖ୍ୟ ତଥା ଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ଓଡ଼ିଶା ମୁଖ୍ୟ ସର୍ବେଶ୍ୱର ମହାନ୍ତି, ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ସୁବାସ ଚନ୍ଦ୍ର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହିଥିଲେ। କାରଖାନାର ସହମହାପ୍ରବନ୍ଧକ ପ୍ରଦୀପ କୁମାର ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସ୍ୱାସ୍ଥ୍ୟସେବା ଶିବିରରେ ଶତାଧିକ ରୋଗୀଙ୍କୁ ଚିକିତ୍ସା ପରାମର୍ଶ ଯୋଗାଇଦେବା ସହ ମାଗଣା ଔଷଧ ବଣ୍ଟନ କରାଯାଇଥିଲା। ଏଥିରେ ଡାକ୍ତର ବିକ୍ରମ ଷଡଙ୍ଗୀ, ଡାକ୍ତର ଦୀପକ ରାଜ ଙ୍କ ସହ ଅନ୍ୟ ଚିକିତ୍ସକ ଓ ସ୍ୱାସ୍ଥ୍ୟ କର୍ମଚାରୀ ଚିକିତ୍ସା ସେବା ଯୋଗ ଦେଇଥିଲେ।

kalyan agarbati

Comments are closed.