ପୁଲିସ ଗାଡିକୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭର ଓ ଗୃହରକ୍ଷୀ ମୃତ, ୨ ଗୁରୁତର

ବୌଦ୍ଧ/ଜହ୍ନାପଙ୍କ: ବୌଦ୍ଧ – ବଲାଙ୍ଗୀର ଜାତୀୟ ରାଜପଥ ନଂ ୫୭ର କମଳପୁର ଛକ ନିକଟରେ ବୁଧବାର ଭୋର ସମୟରେ ଏକ ଟ୍ରକ୍ ବାଉଁଶୁଣୀ ପୁଲିସର ବୋଲେରୋକୁ ମୁହାଁମୁହିଁ ଧକ୍କା ଦେବାରୁ ଘଟଣାସ୍ଥଳରେ ପୁଲିସ ଗାଡିର ଡ୍ରାଇଭର ପ୍ରଶାନ୍ତ ରଣା ଓ ଗୃହରକ୍ଷୀ ଜଗନ୍ନାଥ ମେହେରଙ୍କ ମୃତ୍ୟୁ ହୋଇଯାଇଥିଲା। ଗାଡିରେ ଥିବା ବାଉଁଶୁଣୀ ଥାନା ଏଏସଆଇ ନାଗରାଜ ପ୍ରଧାନ ଓ ଗୃହରକ୍ଷୀ ସୁଶାନ୍ତ ସାହୁଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଉଭୟଙ୍କ ଅବସ୍ଥା ଗୁରୁତର ଥିବାରୁ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାରେ ଆଉଜଣେ କନେଷ୍ଠବଳ ଉଦୟ ଜାନୀ ମଧ୍ୟ ଆହତ ହୋଇଥିବା ବେଳେ ସେ ବିପଦମୁକ୍ତ ଥିବା ଜଣାଯାଇଛି।

prayash

ସୂଚନା ମୁତାବକ ଏକ ଗାଡି ଚୋରୀ ମାମଲାରେ ମୋବାଇଲ ଟ୍ରାକିଂରେ ସୂଚନା ପାଇ ଗାଡି ସହିତ ଅଭିଯୁକ୍ତକୁ ଧରିବା ପାଇଁ ବାଉଁଶୁଣୀ ଥାନା ପକ୍ଷରୁ ଏକ ଟିମ୍ ଭଡାରେ ଏକ ବୋଲେରୋ ନେଇ କଟକ ଜିଲା ବୈଦ୍ୟନାଥପୁର ଥାନା ଅଞ୍ଚଳକୁ ଯାଇଥିଲେ। ସେଠାରୁ ଚୋରୀ ଗାଡିକୁ ଉଦ୍ଧାର କରି ଫେରୁଥିବା ସମୟରେ ବୁଧବାର ପ୍ରତ୍ୟୁଷରେ ବୌଦ୍ଧଥାନା ଅନ୍ତର୍ଗତ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର କମଳପୁର ନିକଟରେ ସମ୍ମୁଖ ପଟରୁ ଆସୁଥିବା ଏକ ପଥର ବୋଝେଇ ଟ୍ରକ ପୁଲିସ ଗାଡିକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବୋଲେରୋଟି ଓଲଟି ପଡ଼ି ଚୁରମ।ର ହୋଇଯାଇଥିଲା। ଦୁର୍ଘଟଣା ସଂପର୍କରେ ସୂଚନା ପାଇ ଜହ୍ନାପଙ୍କ ଫାଣ୍ଡି ଅଧିକାରୀ କୁମୁଦ ଚନ୍ଦ୍ର ଭୋଇ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଚିକିତ୍ସା ପାଇଁ ପଠାଇବାର ବ୍ୟବସ୍ଥା କରିଥିଲେ। ଦୁର୍ଘଟଣାରେ ଉଭୟ ମୃତ ଦେହକୁ ବୌଦ୍ଧରୁ ବ୍ୟବଚ୍ଛେଦ ପରେ ମହାପ୍ରୟାଣ ଗାଡି ଯୋଗେ ବାଉଁଶୁଣି ଥାନା ପରିସରକୁ ଅଣାଯାଇଥିଲା। ବୌଦ୍ଧ ଆରକ୍ଷୀ ଅଧିକ୍ଷକ ସମେତ ପୋଲିସ ଅଧିକାରୀ ଗାର୍ଡ ଅଫ ଅନର ଦେଇଥିଲେ। ଏହା ସହିତ ବିଭିନ୍ନ ରାଜନୈତିକ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

kalyan agarbati

Comments are closed.