www.samajalive.in
Saturday, December 13, 2025
26.1 C
Bhubaneswar

ତାପମାତ୍ରା ବୃଦ୍ଧିକୁ ନେଇ ବଢ଼ୁଛି ଚିନ୍ତା, ଆଭ୍ୟନ୍ତରୀଣ ଅଞ୍ଚଳରେ ଚାଲିଛି ଶତାଧିକ ମାଟି ଇଟାଭାଟି

ବୌଦ୍ଧ: କିଛିଦିନ ହେଲା ବୌଦ୍ଧ ଜିଲାରେ ତାପମାତ୍ରା ଅହେତୁକ ଭାବରେ ବୃଦ୍ଧି ପାଉଥିବାବେଳେ ମଧ୍ୟାହ୍ନରେ ସାଧାରଣ ଜୀବନ ଯାତ୍ରା ପୁରା ଠପ୍‌‌ ହୋଇପଡୁଛି। ପ୍ରତିବର୍ଷ ତାପମାତ୍ରା ବୃଦ୍ଧି ପାଉଥିବା କାରଣକୁ ନେଇ ପରିବେଶବିତ ମାନେ ପ୍ରାକୃତିକ ଜଙ୍ଗଲ ଧ୍ୱଂସ, ନଦୀଗୁଡିକରେ ଜଳସଙ୍କଟ,ଭୂତଳ ଜଳସ୍ତର ହ୍ରାସ ଆଦି ଅନେକ କାରଣ ମତପ୍ରକାଶ କରିବା ସହିତ ଜୀବ ଜଗତର ଭବିଷ୍ୟତ ନେଇ ଚିନ୍ତା ପ୍ରକଟ କରୁଛନ୍ତି। କିନ୍ତୁ ବିକାଶର ଦ୍ୱାହି ଦେଇ ପ୍ରକୃତିର ସୂରକ୍ଷାରେ ଅବହେଳା କରାଯାଉଥିବା ନେଇ ଅଭିଯୋଗ ହୋଇ ଆସୁଅଛି। ବ୍ୟାପକମାତ୍ରାରେ ମାଟି ଇଟା ଭାଟି ତାପମାତ୍ରା ବୃଦ୍ଧିର କାରଣ ବୋଲି ସରକାରଙ୍କ ପକ୍ଷରୁ ମାଟି ଇଟା ଭାଟିକୁ ବେଆଇନ ଘୋଷିତ କରିବା ସହିତ ଏ ସଂପର୍କରେ ସଚେତନତା ସୃଷ୍ଟି ଓ ଖିଲାପକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ସହରାଞ୍ଚଳରେ ମାଟି ଇଙ୍କାର ସ୍ଥାନ ଫ୍ଲାଇଆସ ଇଟା ନେଇ ସାରିଥିବାବେଳେ ଗ୍ରାମାଞ୍ଚଳରେ କିନ୍ତୁ ବେଧଡକ ଭାବରେ ମାଟି ଇଟାଭାଟି ଗୁଡିକ ଚାଲୁଥିବା ଦେଖିବାକୁ ମିଳୁଛି।

ଏ ସଂପର୍କରେ ରାଜସ୍ୱ ନିରୀକ୍ଷକ ଓ ତହସିଲ କର୍ତ୍ତୃପକ୍ଷଙ୍କୁ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଫାଇନ ଆଦାୟ ନାମରେ ଇଟାଭାଟି ମାଲିକମାନଙ୍କ ଠାରୁ ଟଙ୍କା ଆଦାୟ କରାଯାଉଥିଲେ ମଧ୍ୟ ତାହା ସରକାରୀ ଖାତାରେ ଜମା କରାଯାଉନଥିବା ଭଳି ସଙ୍ଗିନ ଅଭିଯୋଗ ହେଉଅଛି। କିଛି ସ୍ଥାନରେ ରାଜସ୍ୱ ନିରୀକ୍ଷକମାନେ ଗ୍ରାମାଞ୍ଚଳରେ ବୁଲି ବୁଲି ଇଟାଭାଟି ମାଲିକମାନଙ୍କ ଠାରୁ ଟଙ୍କା ଆଦାୟ କରିବାପରେ ସେମାନେ ଖୁଲମଖୁଲା ମାଟି ଇଟା ପୋଡାଉଥିବା ଦେଖିବାକୁ ମିଳୁଅଛି। ବୌଦ୍ଧ ବ୍ଲକର ବହିରା ଓ ଗୁନ୍ଦୁଳିଆ ପଞ୍ଚାୟତରେ ବ୍ୟାପକ ଭାବରେ ମାଟି ଇଟାଭାଟି କାର୍ଯ୍ୟକ୍ଷମ ଥିବା ଅଭିଯୋଗ ହେଉଅଛି। ତାପମାତ୍ରା ବୃଦ୍ଧି ଭଳି ଗୁରୁତର ସମସ୍ୟାକୁ ନେଇ ତୁରନ୍ତ ମାଟି ଇଟାଭାଟି ଗୁଡିକ ଉପରେ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇ ବନ୍ଦ କରାଯିବାକୁ ବୁଦ୍ଧଜିବୀ ମହଲରେ ମତପ୍ରକାଶ ପାଉଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories