ଅସହାୟ ମହିଳାଙ୍କ ଶବ ସତ୍କାର କଲେ ସ୍ୱେଛାସେବୀ
ବୌଦ୍ଧ: ବୌଦ୍ଧର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଶ୍ରୀରାମଲୀଳା ନାଟ୍ୟ ସଂସଦର ସ୍ୱେଛାସେବୀମାନେ ଜଣେ ଅସହାୟ ମହିଳାଙ୍କ ଶବ ସତ୍କାର କରିଛନ୍ତି। ସୂଚନା ମୁତାବକ ନାରୟଣପୁର ସ୍ୱାଧାର ଗୃହଠାରେ ରହୁଥିବା ଜୟନ୍ତୀ ନାମକ ଜଣେ ଅସହାୟ ମହିଳାଙ୍କ ୫୦ବର୍ଷ ବୟସରେ ବୁଧବାର ପରଲୋକ ହୋଇଯାଇଥିଲା। ଜୟନ୍ତ୍ରୀଙ୍କ ପରିବାର ସଦସ୍ୟଙ୍କ ସହ କୌଣସି ସଂପର୍କ ନଥିବାରୁ ସ୍ୱଧାର ଗୃହର କାଉନସେଲର ସବିତା ହୋତା ଶବଦାହ ପାଇଁ ଶ୍ରୀରାମଲୀଳା ନାଟ୍ୟ ସଂସଦର କର୍ମକର୍ତ୍ତାଙ୍କୁ ଅନୁରୋଧ କରିଥିଲେ। ସୂଚନା ପାଇ ନାଟ୍ୟ ସଂସଦର ସ୍ୱେଛାସେବୀ କାହ୍ନା ମହାପାତ୍ର,ସନ୍ତୋଷ କୁମାର ସାହୁ,ରିତେଶ ମହାପାତ୍ର ପ୍ରମୁଖ ପହଞ୍ଚି ମହିଳାଙ୍କ ଶବଦାହ କରିଥିଲେ।
Comments are closed.