ମା’ ସୁନ୍ଦରାମ୍ମା ଯାତ୍ରାରେ ଯୋଗଦେଲେ ଜଙ୍ଗଲ ମନ୍ତ୍ରୀ
ଗୋପାଳପୁର: ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଠାରେ ୨୫ ଠାରୁ ୨୭ ତାରିଖ ପ୍ରଯ୍ୟନ୍ତ ହେବାକୁ ଥିବା ହରିନାମ ସଂକୀର୍ତନ ଏବଂ ୨୮ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ମା ସୁନ୍ଦରାମ୍ମା ଯାତ୍ରା ଅବସରରେ ଗ୍ରାମର ବହୁ ମହିଳା ମାନେ ନୂତନ ବସ୍ତ୍ର ପରିଧାନ କରି ଗ୍ରାମ ନିକଟରେ ଥିବା ପୋଖରୀରୁ ଜଳ ଯାତ୍ରା କରି ଅସ୍ଥାୟୀ ମଣ୍ଡପ ଠାରେ ପହଞ୍ଚି ଥିଲେ। ଏହି ଅବସରରେ ଛକ ମାନଙ୍କରେ ବିଭିନ୍ନ କୁଞ୍ଜ, ମିନାବଜାର ଆଦି ହୋଇଛି। ତାହାସହ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଥିବା କମିଟି ପକ୍ଷରୁ ସୂଚନା ମିଳିଛି। ଆଜି ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତ ଯୋଗ ଦେଇ ଏହାର ଆରମ୍ଭ କରିବା ସହ ମାଙ୍କ ପାଖରେ ଦୀପ ଜାଳି ଅଞ୍ଚଳବାସୀଙ୍କ ସୁଖସମୃଦ୍ଧି ଓ ଆରୋଗ୍ୟ କାମନା କରିଥିଲେ। କମିଟି ପକ୍ଷରୁ ଉପଢୌକନ ଦେଇ ମନ୍ତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା।
Comments are closed.