ପାଟଣା: କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ ଅନ୍ତର୍ଗତ କୁଣ୍ଡଳା ଗ୍ରାମ ପଞ୍ଚାୟତର କୁଣ୍ଡଳା ଗ୍ରାମରେ ସତ୍ୟନାରାୟଣ ବାଦିପାଲା ଅନୁଷ୍ଠିତ ହେଉଛି। ୨୩ ତାରିଖ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହେଉଛି। ଆଜି ବି ଅଞ୍ଚଳରେ ବାଦି ପାଲା ଲୋକଙ୍କ ପାଖରେ ଅତି ଆପଣାର ହୋଇ ରହିଛି। କୁଣ୍ଡଳା ଗ୍ରାମବାସୀଙ୍କ ଦ୍ଵାରା ଗ୍ରାମରେ ବହୁ ବର୍ଷ ଧରି ପାଲା ପରିବେଷଣ ହୋଇ ଆସୁଥିବା ବେଳେ ଚଳିତ ବର୍ଷ ଅତି ଧୁମଧାମରେ ବଦୀପାଲା ଆରମ୍ଭ ହୋଇଯାଇଛି। ଏହି ଅବସରରେରେ ଭଦ୍ରକ ଜିଲା ଧାମନଗର ଅଞ୍ଚଳର ଗାୟକ ଜ୍ଞାନବାରିଧି କଳାକାର ନାୟକ ଓ ପୁରୀ ଜିଲ୍ଲା ର ଅସ୍ତରଙ୍ଗ ଅଞ୍ଚଳର ଗାୟକ ମଞ୍ଜୁଳ ପବିତ୍ର ମୋହନ ବାରିକଙ୍କ ମଧ୍ୟରେ ବାଦି ପାଲା ଆରମ୍ଭ ହୋଇଛି । ଏହି ପାଲା ତିନି ଦିନ ଧରି ଚାଲିବ।
Popular Categories



