୪୮କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅଧୀନସ୍ଥ ଚାନ୍ଦପୁର ଗାଁରେ ଦୀର୍ଘ ଦିନ ଧରି ବେଆଇନ ଭାବେ ଗଞ୍ଜେଇ ବିକ୍ରି ଓ ଚୋରା ଚାଲାଣ କରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗୋଳନ୍ଥରା ପୋଲିସ ଗିରଫ କରିବା ସହ ତାଙ୍କ ଠାରୁ ୪୮ କେଜି ୫୫୦ ଗ୍ରାମ ଗଞ୍ଜେଇ ଜବତ କରିଥିବା ଥାନାଧିକାରୀ ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି। ଗିରଫ ଯୁବକ ଜଣଙ୍କ ଚାନ୍ଦପୁର ଗାଁର ଡି. ଦୁର୍ଯ୍ୟୋଧନ ବୋଲି ଜଣାପଡିଛି। ଏ ନେଇ ପୁଲିସ ମାମଲା ରୁଜୁ କରିଛି। ଦୁର୍ଯ୍ୟୋଧନକୁ ଥାନାରେ ପୋଲିସ ଅଟକ ରଖି ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ପଚରା ଉଚରା କରୁଥିବା ବେଳେ ଆଜି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।

kalyan agarbati

Comments are closed.