ନିଦ୍ରାଭଙ୍ଗ ପାଇଁ ନୂଆ ଉପାୟ

ପାଠପଢ଼ାରେ ଆଗୁଆ ହେବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନେ ନୂଆନୂଆ ଉପାୟମାନ ଆପଣେଇଥାନ୍ତି। ଅଧିକ ସମୟ ପଢ଼ିବାର ଜିଦ୍‌‌ରେ ଏମାନେ ପ୍ରୟୋଗ କରୁଥିବା ନୂତନ ପଦ୍ଧତିମାନକୁ ଦେଖିଲେ ନ ହସି ରହିହେବନାହିଁ। ଖବର ସଂଲଗ୍ନ ଫଟୋଟିକୁ ଏଥର ପାଠକବନ୍ଧୁ ଦୃଷ୍ଟି ପକାନ୍ତୁ। ୨୦୧୪ର ଏଇ ଘଟଣାଟି, କିନ୍ତୁ ଗତ କିଛି ମାସ ହେଲା ସୋସିଆଲ୍‌ ସାଇଟ୍‌ରେ ଘୂରିବୁଲୁଛି। ଚୀନ୍‌‌ ବିଶ୍ବବିଦ୍ୟାଳୟର କୃଷି ବିଜ୍ଞାନର ଛାତ୍ରୀ ହେଲେ ଚେନ୍ ଟାଙ୍ଗ, ପରୀକ୍ଷା ସମୟ ନିକଟ ହୋଇଆସୁଥିବାରୁ ସେ ଶୀଘ୍ର ପ୍ରସ୍ତୁତି ଆରମ୍ଭ କଲେ। ହେଲେ ସମୟ କମ୍, କ’ଣ କରିବେ ଭାବି ଚେନ୍‌ ସ୍ଥିର କଲେ ସେ ରାତି ଅନିଦ୍ରା ହେବେ ପଛକେ କିନ୍ତୁ ପାଠ ପୂରା ଶେଷ କରିବେ।

prayash

ସବୁକଥା ଭାବିଦେଲେ ତ’ ପୂରଣ ହୋଇଯାଏନି, ଚେନ୍‌ ପଢ଼ା ଟେବୁଲ୍ ପାଖେ ବସିଲେ। ରାତି ୨ଟା ପରଠାରୁ କିନ୍ତୁ ତାଙ୍କୁ ନିଦ ଲାଗିଲା। ଚା-କଫି ପିଇଲେ ମଧ୍ୟ କିଛି ଫରକ୍ ପଡ଼ିଲାନି। ଶେଷରେ ବାଧ୍ୟ ହୋଇ ଶୋଇଲେ, ୩ଦିନ ଚେଷ୍ଟା କରି ମଧ୍ୟ ସେ ରାତି ଉଜାଗର ରହି ପଢ଼ିପାରିଲେନାହିଁ। ୪ର୍ଥ ଦିନ ସକାଳୁ ଚେନ୍‌ ଯୋଜନା କଲେ କ’ଣ କରିବେ? ମୁଣ୍ଡକୁ ବୁଦ୍ଧିଟିଏ ଶେଷରେ ଜୁଟିଲା, ଲୁଗା ସଫା କ୍ଲିପ୍‌କୁ ଉପରେ ତାର ବାନ୍ଧି ଟଙ୍ଗାଇ ସେଥିରେ କେଶକୁ ଚାପି ରଖିଲେ। ନିଦ ଲାଗି ସାମାନ୍ୟ ଝୁଙ୍କିଲେ କେଶ ଟାଣି ହୋଇ ଯନ୍ତ୍ରଣା ହେବ, ନିଦ ଭାଙ୍ଗିବା ଏଥରକ ସ୍ବାଭାବିକ। ଚେନ୍‌ଙ୍କର ଏହି କାରୁକାର୍ୟ୍ୟକୁ ତାଙ୍କ କକ୍ଷର ଅନ୍ୟ ଜଣେ ସହପାଠୀ ଫଟୋ ଉଠାଇ ସୋସିଆଲ୍‌ ସାଇଟ୍‌ରେ ଅପଲୋଡ କରିଥିଲା। ଘଟଣାକୁ ଇତିମଧ୍ୟରେ ୭ ବର୍ଷ ହୋଇଗଲାଣି, କିନ୍ତୁ ଛାତ୍ରୀଜଣକର ନିଦ ଭାଙ୍ଗିବାର ମଜାଦାର ଉପାୟଟି ବିଭିନ୍ନ ସାଇଟ୍‌ରେ ଘୂରିବୁଲୁଛି।

kalyan agarbati

Comments are closed.