www.samajalive.in
Sunday, December 7, 2025
23.1 C
Bhubaneswar

ଆରମ୍ଭ ହେଲା ସାକ୍ଷାତମୁକ୍ତ ଆକଳନ ଓ ଟିକସ ବ୍ୟବସ୍ଥା

ନୂଆଦିଲ୍ଲୀ: ଏଣିକି ଟିକସ ପ୍ରଦାନ ପାଇଁ କରଦାତାଙ୍କୁ ଆଉ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବନି। ସଚ୍ଚୋଟ ଟିକସଦାତାଙ୍କୁ ଉତ୍ସାହିତ କରିବା ଏବଂ ଟିକସ ବ୍ୟବସ୍ଥାରେ ସ୍ୱଚ୍ଛତା ବଢ଼ାଇବା ପାଇଁ କେନ୍ଦ୍ର ସରକାର କେତେକ ନୂଆ ନିୟମ ଜାରି କରିଛନ୍ତି। ଏଥିରେ ଦେଶର ଟିକସ ବ୍ୟବସ୍ଥାରେ ବଡ ସଂସ୍କାର ଅଣାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ଦେଶରେ ସାକ୍ଷାତମୁକ୍ତ ଆକଳନ ଏବଂ ଟିକସଦାତା ଚାର୍ଟର ଭଳି ନୂଆ ବ୍ୟବସ୍ଥା ଲାଗୁ କରିଛନ୍ତି। ଏହି ପ୍ଲାଟଫର୍ମର ନାମ ‘ଟ୍ରାନ୍ସପେରେଣ୍ଟ ଟ୍ୟାକ୍ସେସନ – ଅନରିଙ୍ଗ ଦ ଅନେଷ୍ଟ’ ଅର୍ଥାତ୍‌ ‘ପାରଦର୍ଶୀ ଟିକସ ବ୍ୟବସ୍ଥା- ସଚ୍ଚୋଟ’ଙ୍କୁ ସମ୍ମାନ ରହିଛି। ଏହି ଅନୁଯାୟୀ, ସାକ୍ଷାତମୁକ୍ତ ଆବେଦନ ସୁବିଧା ସେପ୍ଟେମ୍ବର ୨୫ ଅର୍ଥାତ ଦୀନ ଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ସାରା ଦେଶରେ ନାଗରିକମାନଙ୍କ ପାଇଁ ଉପଲବ୍ଧ ହେବ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ନୂଆ ପ୍ଲାଟଫର୍ମ ସହିତ ଏକ ବିଂଶ ଶତାବ୍ଦୀର ନୂଆ ଟିକସ ପ୍ରଦାନ ବ୍ୟବସ୍ଥା ଆରମ୍ଭ ହୋଇଛି । ଆମର ଟିକସ ବ୍ୟବସ୍ଥାକୁ ବାଧାମୁକ୍ତ (ସିମ୍‌ଲେସ), ଯନ୍ତ୍ରଣାମୁକ୍ତ (ପେନ୍‌ଲେସ), ସାକ୍ଷାତମୁକ୍ତ (ଫେସ୍‌ଲେସ)କରିବା ଲାଗି ପ୍ରୟାସ କରାଯାଉଛି। ସିମ୍‌ଲେସ ଅର୍ଥାତ ଟିକସ ପ୍ରଶାସନ ପ୍ରତ୍ୟେକ ଟିକସଦାତାଙ୍କୁ ଫସାଇବାବଦଳରେ ସମସ୍ୟା ସମାଧାନ କରିବାର କାମ କରିବ। ପେନ୍‌ଲେସ ଅର୍ଥାତ ପ୍ରଯୁକ୍ତିଠାରୁ ଆରମ୍ଭ କରି ନିୟମ ପର୍ୟ୍ୟନ୍ତ ସବୁକିଛି ସହଜ ହେବ। ଫେସ୍‌ଲେସ ଅର୍ଥାତ ଟିକସଦାତା ଏବଂ ଟିକସ ଅଧିକାରୀ ଯିଏ ହୁଅନ୍ତୁ ନା କାହିଁକି ସେଥିରେ କିଛି ଯାଏ ଆସେ ନାହିଁ। ଆଜିଠାରୁ ଲାଗୁ ହେଉଥିବା ସଂସ୍କାର ଏହି ଚିନ୍ତାଧାରାକୁ ଆଗକୁ ବଢ଼ାଇବ। ଘରେ ରହି ଆଧୁନିକ ଜ୍ଞାନ କୌଶଳ ବ୍ୟବହାର କରି ଜଣେ କରଦାତା ଏହି ପ୍ଲାଟଫର୍ମ ଜରିଆରେ ଟିକସ ପ୍ରଦାନ କରିପାରି​ବେ। ଏହି ବ୍ୟବସ୍ଥା ଫଳରେ ଟିକସଦାତା ଆୟକର କାର୍ୟ୍ୟାଳୟରେ ଚିହ୍ନା-ପରିଚିତ ସୃଷ୍ଟି କରିବା ଏବଂ ଚାପ ପକାଇବାର ସୁଯୋଗ ରହିବ ନାହିଁ। ସମସ୍ତେ ନିଜ ନିଜ ଦାୟିତ୍ୱକୁ ହିସାବ କରି କାମ କରିବେ। ଏହାଦ୍ୱାରା ଅନାବଶ୍ୟକ ମାମଲାଖୋରୀର ଲାଭ ବିଭାଗକୁ ମିଳିବ। ଅନ୍ୟପକ୍ଷରେ ଟ୍ରାନ୍ସଫର-ପୋଷ୍ଟିଂରେ ଖର୍ଚ୍ଚ ହେଉଥିବା ଅନାବଶ୍ୟକ ଶ୍ରମରୁ ମଧ୍ୟ ରକ୍ଷା ମିଳିବ।

- Advertisement -

ସେହିପରି ଟିକସ ସହ ଜଡ଼ିତ ମାମଲାଗୁଡ଼ିକର ଯାଞ୍ଚ ସହିତ ଆବେଦନ ମଧ୍ୟ ଏବେ ଫେସଲେସ (ସାକ୍ଷାତମୁକ୍ତ) ହେବ। ପ୍ରଚଳିତ ବ୍ୟବସ୍ଥାରେ ଯେଉଁ ସହରରେ ଆମେ ରହୁଛୁ, ସେହି ସହରର ଟିକସ ବିଭାଗ ଆମର ଟିକସ ସମ୍ବନ୍ଧୀୟ ସମସ୍ତ ମାମଲାଗୁଡ଼ିକୁ ଦେଖୁଥିଲା। ଯାଞ୍ଚ ହେଉ, ନୋଟିସ ହେଉ, ସର୍ବେକ୍ଷଣ ହେଉ କିମ୍ବା ବାଜ୍ୟାପ୍ତି, ଏଥିରେ ସେହି ସହରର ଆୟକର ବିଭାଗ, ଆୟକର ଅଧିକାରୀ ମୁଖ୍ୟ ଭୂମିକା ନିର୍ବାହ କରୁଥିଲେ। ଏବେ ଏହି ଭୂମିକା ଏକ ପ୍ରକାର ଶେଷ ହୋଇଯାଇଛି। ଏବେ ଏହାକୁ ଟେକ୍ନୋଲୋଜି ସହାୟତାରେ ବଦଳାଇ ଦିଆଯାଇଛି। ଏବେ ଯାଞ୍ଚ ମାମଲାକୁ ଦେଶର ଯେ କୌଣସି କ୍ଷେତ୍ରରେ ଯେକୌଣସି ଅଧିକାରୀଙ୍କ ନିକଟକୁ ରାଣ୍ଡମ (ମିଶ୍ରିତ) ଭାବେ ଆବଣ୍ଟିତ କରିଦିଆଯିବ। ଯଦି ମୁମ୍ବଇରେ କେହି ଜଣେ ଟିକସଦାତାଙ୍କ ରିଟର୍ଣ୍ଣ ସଂକ୍ରାନ୍ତ ମାମଲା ସାମ୍ନାକୁ ଆସିଛି, ଏବେ ଏହାର ଯାଞ୍ଚ ଦାୟିତ୍ୱ ମୁମ୍ବାଇର ଅଧିକାରୀଙ୍କ ପାଖକୁ ଯିବ ନାହିଁ ବରଂ ସମ୍ଭବତଃ ଏହି ମାମଲା ଚେନ୍ନଇର ଫେସଲେସ ଟିମ୍‌ ପାଖକୁ ଯାଇପାରେ। ଆହୁରି ସେଠାରୁ ମଧ୍ୟ ଯେଉଁ ଆଦେଶ ଜାରି ହେବ ଅନ୍ୟ କୌଣସି ସହରରେ ତା’ର ସମୀକ୍ଷା କରାଯିବ, ଯେପରିକି ଜୟପୁର କିମ୍ବା ବେଙ୍ଗାଲୁରୁର ଟିମ୍‌ ସେହି କାର୍ୟ୍ୟ କରିବ। ଫେସ୍‌ଲେସ ଟିମ କେଉଁଠି ହେବ, ଏଥିରେ କେଉଁମାନେ ରହିବେ, ତାହା ମଧ୍ୟ ମିଶ୍ରିତ ଭାବେ କରାଯିବ। ପ୍ରତିବର୍ଷ ଏଥିରେ ପରିବର୍ତ୍ତନ ଜାରି ରହିବ।

ବିଗତ ୬ବର୍ଷ ମଧ୍ୟରେ ଦେଶର ଟିକସ ବ୍ୟବସ୍ଥାରେ ପ୍ରଶାସନର ଏକ ନୂଆ ମଡେଲ ବିକଶିତ ହୋଇଛି। ଆମେ ଜଟିଳତା ହ୍ରାସ କରିଛୁ, ଟିକସ କମାଇଛୁ, ବିବାଦ କମାଇଛୁ, ସ୍ୱଚ୍ଛତା ବଢ଼ାଇଛୁ, ଟିକସ ଅନୁପାଳନ ବଢ଼ାଇଛୁ, ଟିକସଦାତାଙ୍କ ବିଶ୍ୱାସ ବଢ଼ାଇଛୁ। ବିଗତ ୬-୭ ବର୍ଷ ମଧ୍ୟରେ ଆୟକର ରିଟର୍ଣ୍ଣ ଭରୁଥିବା ଲୋକଙ୍କ ସଂଖ୍ୟା ପାଖାପାଖି ଅଢ଼େଇ କୋଟି ବଢ଼ିଛି। କିନ୍ତୁ ଏହା ମଧ୍ୟ ସତ୍ୟ ଯେ, ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ଏହା ଏବେ ବି ଖୁବ କମ୍‌ ରହିଛି। ଏତେ ବଡ଼ ଦେଶରେ ମାତ୍ର ଦେଢ଼ କୋଟି ଲୋକ ଆୟକର ଜମା କରୁଛନ୍ତି। ଏଥିପ୍ରତି ଆମକୁ ଆତ୍ମଚିନ୍ତନ କରିବାକୁ ହେବ। ଏ ​‌େ​‌କ୍ଷତ୍ର​‌େ​‌ର ଆତ୍ମନିର୍ଭର ଭାରତ ଲାଗି ଆତ୍ମଚିନ୍ତନ ଜରୁରୀ। ଏ ଦାୟିତ୍ୱ କେବଳ ଆୟକର ବିଭାଗର ନୁହେଁ, ପ୍ରତ୍ୟେକ ଭାରତୀୟଙ୍କର। ଯେଉଁମାନେ ଟିକସ ଦେବା ଲାଗି ସକ୍ଷମ, କିନ୍ତୁ ଏବେ ସୁଦ୍ଧା ଟିକସ ବ୍ୟବସ୍ଥା ଭିତରକୁ ଆସିନାହାନ୍ତି, ସେମାନେ ସ୍ୱେଚ୍ଛାକୃତ ଭାବେ ଆଗକୁ ଆସନ୍ତୁ, ଏ ନେଇ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories