ଭୁବନେଶ୍ବର : ରାଜ୍ୟରେ ଡ୍ରପ୍ ଆଉଟ୍ ରୋକିବାକୁ ସ୍କୁଲରେ ନୂଆ ଯୋଜନା‘ମାଧୋ ସିଂହ ହାତ ଖର୍ଚ୍ଚ’ ଲାଗୁ ହେବ । ଆଜି ରାଜ୍ୟ ବଜେଟ ଆଗତ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି । ଗତକାଲି ବିଧାନସଭାରେ ଉପସ୍ଥାପିତ ହୋଇଥିବା ଏକ ସର୍ଭେ ରିପୋର୍ଟ ଅନୁସାରେ ମାଧ୍ୟମିକ ସ୍ତରରୁ ଅଧାରୁ ପାଠ ଛାଡିବା ହାରରେ ଓଡିଶା ଦେଶରେ ପ୍ରଥମ ବୋଲି ଜଣାପଡିଛି । ଓଡିଶାରେ ଏବେ ମାଧ୍ୟମିକ ସ୍ତରରେ ପାଠ ଛାଡିବା ହାର ୨୭.୨୯ % ରହିଛି । ୨୭.୨୯ ପ୍ରତିଶତ ପିଲା ପାଠ ଛାଡିବା ସର୍ବଭାରତୀୟ ସ୍ତରରେ ଶୀର୍ଷ । ଅନ୍ୟପଟେ ରାଜ୍ୟରେ ନାମଲେଖା ଅନୁପାତ ସର୍ବଭାରତୀୟ ହାରାହାରିଠାରୁ କମ୍ ବୋଲି ଏହି ରିପୋର୍ଟରେ ଉଲ୍ଲେଖ ରହିଥିଲା । ତେବେ ଡ୍ରପ୍ ଆଉଟ୍ ରୋକିବାକୁ ସ୍କୁଲରେ ‘ମାଧୋ ସିଂହ ହାତ ଖର୍ଚ୍ଚ’ ଯୋଜନା ଲାଗୁ ହେବ । ନବମ ଓ ଏକାଦଶ ଶ୍ରେଣୀ ତଫସିଲଭୁକ୍ତ ଜାତି ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୫ ହଜାର ଟଙ୍କା ମିଳିବ । ଏହା ସହ ‘ମୋ ସ୍କୁଲ’ ବଦଳି ‘ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ’ ହୋଇଛି । ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ ପାଇଁ ୩୩୨ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ କୃଷକଙ୍କ ପଞ୍ଜୀକରଣ ଅବଧି ବୃଦ୍ଧି, ଶେଷ ତାରିଖ ଜୁଲାଇ ୩୧



