www.samajalive.in
Sunday, December 7, 2025
26.1 C
Bhubaneswar

ନୂଆ ଡିଟିଏଚ୍‌ ଦର ଆଜିଠୁ ଲାଗୁ

ନୂଆଦିଲ୍ଲୀ : ଭାରତୀୟ ଟେଲିକମ୍‍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଫେବୃଅାରୀ ପହିଲାରୁ ନୂଆ ଡିଟିଏଚ୍‌ ଟାରିଫ୍‌ ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି । ଏହି ନୂଆ ନିୟମ ଅଧିନରେ ଦେଶର ସମସ୍ତ କେବୁଲ ଅପରେଟର ଏବଂ ଡିଟିଏଚ୍‌ କମ୍ପାନୀ ଆସୁଛନ୍ତି । ଏ ନେଇ ଟ୍ରାଇ ପକ୍ଷରୁ ଡିଟିଏଚ୍‍ ଏବଂ କେବୁଲ ଅପରେଟରଙ୍କୁ ନିର୍ଦେଶନାମା ଜାରି କରାଯାଇଛି। ଏହି ନିୟମ ଲାଗୁ ହେଲେ ଗ୍ରାହକ ପ୍ରତି ମାସରେ ୧୫୩ ଟଙ୍କା(ଜିଏସ୍‍ଟି ସମେତ) ପ୍ରଦାନ କରି ମାସକରେ ୧୦୦ଟି ଚ୍ୟାନେଲ ​​‌‌ଦେଖିପାରିବେ। ତେ‌େବ​‌ ଗ୍ରାହକଙ୍କ ଲାଗି ଚ୍ୟାନେଲ ମନୋନୟନ ପାଇଁ ଆଜି ଥିଲା ଶେଷ ଦିବସ । ଏଥିରେ ଗ୍ରାହକ ​ଶେଷ ସମୟସୀମା ସୁଦ୍ଧା ୧୦୦ଚ୍ୟାନେଲ ବାଛିବାକୁ କୁହାଯାଇଥିଲା । ଏ ସମ୍ପର୍କରେ ଗ୍ରାହକମାନଙ୍କୁ ଏସ୍‍ଏମ୍‍ଏସ୍‍ ଜରିଆରେ ସୂଚନା ପ୍ରଦାନ କରାଯାଇଛି। ନୂଆ ନିୟମରେ ଯଦି ଗ୍ରାହକ କେବଳ ଫ୍ରି ଟୁ ଏୟାର ଚ୍ୟାନେଲ ଚୟନ କରନ୍ତି ତାହେଲେ ତାଙ୍କୁ ଅତିରିକ୍ତ କୌଣସି ଚାର୍ଜ ଦେବାକୁ ପଡିବନାହିଁ। ତେବେ ପେଡ୍‌ ଚ୍ୟାନେଲ କ୍ଷେତ୍ରରେ ପ୍ରତ୍ୟେକ ଚ୍ୟାନେଲ ଲାଗି ନିର୍ଦ୍ଧାରିତ ଶୁଳ୍କ ଦେବାକୁ ହେବ। ଟ୍ରାଇ ନିୟମରେ ବେସ୍‍ ପ୍ୟାକ୍‍ରେ ଏଚ୍‍ଡି ଚ୍ୟାନେଲକୁ ସାମିଲ କରାଯାଇନାହିଁ। ତେବେ ଗୋଟିଏ ଏଚ୍‍ଡି ଚ୍ୟାନେଲ ଦୁଇଟି ଏସ୍‍ଡି ଚ୍ୟାନେଲ ସଙ୍ଗେ ସମାନ।

Hot this week

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

Related Articles

Popular Categories