ନୂଆଦିଲ୍ଲୀ : ବଦଳିଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ନାମ । ଏବେ ଏହାକୁ ସେବାତୀର୍ଥ ନାମରେ ଜଣାଯିବ । କାରଣ ପିଏମଓର ନାଁ ବଦଳି ହୋଇଛି ସେବାତୀର୍ଥ । ଏହାର ଉଦ୍ଦେଶ୍ୟ ଶାସନରେ ସେବାର ଭାବନକୁ ବଢାଇବା । କିଛି ଦିନ ଭିତରେ ଦେଶର ଅନେକ ରାସ୍ତା ଏବଂ ସରକାରୀ ଭବନ ଗୁଡିକର ନାମ ପରିବର୍ତ୍ତନ କରାଯିବ।
ସେହିପରି କେନ୍ଦ୍ର ସଚିବାଳୟର ମଧ୍ୟ ନୂଆ ନାମ ହୋଇଛି। ଏହା ବର୍ତ୍ତମାନ୍ କର୍ତ୍ତବ୍ୟ ଭବନ ନାମରେ ଜଣାଶୁଣା ହେବ। ପିଏମଓର କାର୍ଯ୍ୟଶୈଳୀ ଏବଂ ସାର୍ବଜନୀନ ସେବା ପ୍ରତି ସମର୍ପଣ ଭାବକୁ ସ୍ୱୀକୃତି ଦେଇ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ କହିବା ମୁତାବକ, ଏହି ପରିବର୍ତ୍ତନ କେବଳ ନାମ ଯାଏଁ ସୀମିତ ନାହିଁ, ବରଂ ସରକାର ଜନତାଙ୍କ ସେବା ପାଇଁ ଉତ୍ସର୍ଗୀକୃତ ବୋଲି ବାର୍ତ୍ତା ଦେଉଛି । ଏହି ପରିବର୍ତ୍ତନ ଶାସନକୁ ପ୍ରାଥମିକତାର ନୂଆ ବିଚାରକୁ ଦର୍ଶାଇଥାଏ । ସମଗ୍ର ଦେଶରେ ଥିବା ରାଜଭବନ ନାମ ପରିବର୍ତ୍ତନ କରାଯାଇ ଲୋକ ଭବନ କରାଯାଇଛି ।



